ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି: ଗୋରଖପୁରରୁ ଲଢିବେ ମୁଖ୍ୟମନ୍ତ୍ରୀ ଯୋଗୀ

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ନାଁ ପ୍ରକାଶ ପାଇଛି | ୧୦୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି । ପ୍ରଥମ ପର୍ୟ୍ୟାୟରେ ୫୭ ଜଣଙ୍କ ନାମ ଘୋଷଣା ହୋଇଥିବା ବେଳେ ଦ୍ବିତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ୪୮ ଜଣଙ୍କ ନାମ ଘୋଷଣା କରାଯାଇଛି। ସେଥି ମଧ୍ୟରୁ ୨୧ ଜଣ ବର୍ତ୍ତମାନର ବିଧାୟକଙ୍କ ନାମ କଟିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ‌ପ୍ରଧାନ ଘୋଷଣା କରିଛନ୍ତି। ୨୦ ଜଣ ନୂଆ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।

ପାର୍ଥି ଙ୍କ ନାମ ଘୋଷଣା କରାଯାଇଥିବା ବେଳେ, ଗୋରଖପୁରରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସିରାଥୁର ଆସନରୁ ଲଢିବେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ । ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ଦଳ । ମାତ୍ର ଏହି ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଯୋଗୀ ସରକାରଙ୍କ ଅନ୍ୟତମ ପ୍ରମୁଖ ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା ମଥୁରାରୁ ନିର୍ବାଚନ ଲଢ଼ିବେ। ଶ୍ରୀ ପ୍ରଧାନ ଦିଲ୍ଳୀ ମୁଖ୍ୟ କାର୍ୟ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି |

ପ୍ରଥମ ପର୍ଯ୍ୟାୟ ପାଇଁ 57 ଓ ଦ୍ବିତୀୟ ପର୍ଯ୍ୟାୟ ପାଇଁ 38 ଜଣଙ୍କ ନାଁ ପ୍ରକାଶ ପାଇଛି । ଆଜି ବିଜେପି ଉତ୍ତରପ୍ରଦେଶ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ଏହା ଘୋଷଣା କରିଛନ୍ତି ।

Related Posts