ଓଡିଶା ଆସିବେ କଂଗ୍ରେସ ନେତା କହ୍ନେୟା କୁମାର

ଆସନ୍ତାକାଲି ଅର୍ଥାତ ଡିସେମ୍ବର ୨୭ରେ ଓଡିଶା ଗସ୍ତରେ ଆସିବେ କଂଗ୍ରେସ ନେତା କହ୍ନେୟା କୁମାର ଓ ଗୁଜୁରାଟ ବିଧାୟକ ଜିଗନେସ ମେୱାନି | ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠା ଦିବସର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଏହି ଦୁଇ ନେତା ଓଡିଶା ଗସ୍ତରେ ଆସିବେ | ନବରଙ୍ଗପୁର ଗସ୍ତ କରି ନୂତନ ମଣ୍ଡେଇ ପଡିଆ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏନେଇ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ ସୂଚନା ଦେଇଛନ୍ତି । ଏହାସହ ଛତିଶଗଡ଼ ମନ୍ତ୍ରୀ କାୱାସି ଲଖମା, ସିଡବ୍ଲ୍ୟୁସି ସଦସ୍ୟ ଭକ୍ତ ଦାଶ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସହ ଅନ୍ୟ ବରିଷ୍ଠ ନେତା କାର୍ଯ୍ୟକ୍ରମ ରେ ଯୋଗ ଦେବେ ।

ଏହି ଅବସରରେ ଅନୁଷ୍ଠିତ ହେବାକୁ ଥିବା ମିଶ୍ରଣ ପର୍ବରେ ବିଭିନ୍ନ ନେତା କଂଗ୍ରେସ ଦଳରେ ଯୋଗ ଦେବେ ।

Related Posts