ଓଡିଶା-ଝାଡଖଣ୍ଡ ସୀମାରେ ନକ୍ସଲଙ୍କ ଉଗ୍ରରୂପ, ବନକର୍ମଚାରୀଙ୍କୁ ହତ୍ୟାକରି ରାସ୍ତାରେ ଫିଙ୍ଗିଲେ ମୃତଦେହ

ସତ୍ୟପାଠ 29/12 ଭୁବନେଶ୍ୱର: ଓଡିଶା ଝାଡଖଣ୍ଡ ସୀମାନ୍ତ ଗୋଇରିକେଲାରେ ପୁଣି ଦେଖିବାକୁ ମିଳିଛି ନକ୍ସଲଙ୍କ ଭୟଙ୍କର ଉଗ୍ରରୂପ । ଗୁଳି ମାରି ବନବିଭାଗ କର୍ମଚାରୀଙ୍କୁ ହତ୍ୟା କରିବା ପରେ ଚାଇବସା ଯିବା ମୁଖ୍ୟ ମାର୍ଗରେ ଫୋଫାଡ଼ିଲେ କର୍ମଚାରୀଙ୍କ ମୃତଦେହ । ମଙ୍ଗଳବାର ସନ୍ଧ୍ୟାରେ ରାସ୍ତା ନିର୍ମାଣ କାମ ଚାଲିଥିବା ବେଳେ ଦଳବଳ ନେଇ ପହଞ୍ଚି ଥିଲେ ନକ୍ସଲମାନେ । ରାସ୍ତା କାମରେ ନିୟୋଜିତ ଜେସିବି ସହ ଅନ୍ୟାନ୍ୟ ଗାଡିକୁ ନିଆଁ ଲଗାଇବା ସହ ଆଖି ବୁଝା ଗୁଳି ବର୍ଷଣ କରିଥିଲେ । ଏହାସହ ଝାରଖଣ୍ଡ ବନବିଭାଗର କାର୍ଯ୍ୟରତ କର୍ମଚାରୀ ବୟରାମ ଲୁଗୁଣଙ୍କୁ ଗୁଳି କରି ହତ୍ୟା କରିଥିଲେ । ଲୁଗୁନଙ୍କ ମୃତଦେହକୁ ରାସ୍ତା ଉପରେ ପୋଫଡ଼ି ଘଟଣା ସ୍ଥଳରେ ପୋଲିସର ଖବରୀଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟର ଛାଡିବା ସହ ପୋଲିସ ବାହିନୀଙ୍କୁ ଖୋଲା ଚେତାବନୀ ଦେଇଛନ୍ତି ନକ୍ସଲମାନେ । ଯାହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି ।

Related Posts