କର୍ଣ୍ଣାଟକ ଶିବମୋଗା ଜିଲ୍ଳାରେ ବଜରଂଗ ଦଳର ଜଣେ କର୍ମକର୍ତ୍ତାଙ୍କୁ ହତ୍ୟା ଘଟଣା: ୬କୁ ବୃଦ୍ଧି ପାଇଲା ଗିରଫ ସଂଖ୍ୟା

କର୍ଣ୍ଣାଟକ ଶିବମୋଗା ଜିଲ୍ଳାରେ ବଜରଂଗ ଦଳର ଜଣେ କର୍ମକର୍ତ୍ତାଙ୍କୁ ହତ୍ୟା ମାମଲାରେ ପୋଲିସକୁ ମିଳିଛି ସଫଳତା | ଏହି ହତ୍ୟା ଘଟଣାରେ ସମ୍ପୁର୍କ୍ତି ଥିବା ନେଇ ପୁଣି ଥରେ କିଛି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ | ଫଳରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି |

ଶିବମୋଗା ଏସ୍‌ପି ଲକ୍ଷ୍ମୀ ପ୍ରସାଦ କହିଛନ୍ତି ଯେ, ବଜରଂଗ ଦଳର କର୍ମକର୍ତ୍ତା ହତ୍ୟା ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି | ଅଭିଯୁକ୍ତମାନେ ହେଲେ ଆସିଫ, ସୟଦ ନଦୀମ, ରେହାନ ଶରୀଫ, ନିହାନ, ଅବଦୁଲ ଅଫନାମ ଓ କାଶିଫ | ଏସ୍‌ପି ପ୍ରସାଦ କହିଛନ୍ତି ଯେ, ଏହି ମାମଲାରେ ଏପର୍ଯ୍ୟନ୍ତ ମୋଟ ୧୨ ଜଣଙ୍କୁ ପଚରାଉଚରା କରାଯାଇଛି |

ସୂଚନାଯୋଗ୍ୟ, ଗତ ୨୦ ତାରିଖରେ ବଜରଂଗ ଦଳର କର୍ମକର୍ତ୍ତା ହର୍ଷଙ୍କୁ ହତ୍ୟା କରାଯାଇଥିଲା। ହର୍ଷଙ୍କୁ ହତ୍ୟା କରାଯିବା ପରେ ପିତା ଅଭିଯୋଗ ଆଣିଥିଲେ ଯେ, କିଛି ଦୁର୍ବୃତ୍ତ ତାଙ୍କର ପୁଅକୁ ହତ୍ୟା କରିଛନ୍ତି। କାରଣ ତାଙ୍କର ପୁଅ ଥିଲେ ଜଣେ ବଜରଂଗ ଦଳର କର୍ମକର୍ତ୍ତା।

କର୍ଣ୍ଣାଟକର ଶିବାମୋଗାରେ ବଜରଙ୍ଗ ଦଳର କର୍ମୀ ହର୍ଷ ନାମକ ଜଣେ ଯୁବକଙ୍କୁ ହତ୍ୟା ମାମଲାରେ ପୁଲିସ୍ ମୋଟ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାମରେ ଅପରାଧିକ ରେକର୍ଡ଼ ଥିବା ପୁଲିସ କହିଛି। ଏହି ଘଟଣାରେ ପୁଲିସ ୧୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ହତ୍ୟା କରିଛନ୍ତି ବୋଲି ପୁଲିସ କହିଛି। ସମସ୍ତଙ୍କ ଘର କର୍ଣ୍ଣାଟକର ଶିବାମୋଗା ଅଞ୍ଚଳରା ସେମାନଙ୍କ ବୟସ ୨୦ରୁ ୨୨ ବର୍ଷ ମଧ୍ୟରେ ହେବ। ସମସ୍ତଙ୍କ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଅପରାଧିକ ରେକର୍ଡ଼ ରହିଛି। ତଦନ୍ତ ପ୍ରକ୍ରିୟା ଏବେ ଜାରି ରହିଛି। ତେବେ ହତ୍ୟକାଣ୍ଡର ଉଦ୍ଦେଶ୍ୟ ଜଣାପଡ଼ି ନାହିଁ ବୋଲି ପୁଲିସ କହିଛି। ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ଥିବାରୁ ଶିବାମୋଗା ଅଞ୍ଚଳରେ କର୍ଫ୍ୟୁ କଟକଣାକୁ ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସମ୍ପୃକ୍ତ ବଜରଙ୍ଗ ଦଳର କର୍ମୀଙ୍କ ଶବ ସଂସ୍କାରକୁ ନେଇ ସୋମବାର ଉତ୍ତେଜନାମୂଳକ ପରିସ୍ଥତି ଉପୁଜିଥିଲା। ହର୍ଷଙ୍କ ଶବ ଶୋଭାଯାତ୍ରାରେ ୫୦୦ ଲୋକ ଏକାଠି ହୋଇ ପରିସ୍ଥିତି ଅଶାନ୍ତ ହୋଇ ଥିଲା । ଫଳରେ ପୁଲିସ ପକ୍ଷରୁ ଲାଠିମାଡ଼ କରାଯାଥିଲା।

ଏହି ଘଟଣାକୁ ନେଇ ଗତକାଲି ପ୍ରତିବାଦ ପ୍ରଦର୍ଶନ କରି ଶିବାମୋଗାରେ ସ୍ଥାନୀୟ ଲୋକେ ଯାନବାହନ ପୋଡ଼ାଜଳା କରିବା ସହ ଟେକାପଥର ଫିଙ୍ଗିଥିଲେ। ଅଭିଯୁକ୍ତକୁ କଠୋର ଦଣ୍ଡ ଦେବା ପାଇଁ ଦାବି କରାଯାଇଥିଲା। ପ୍ରଥମେ ପୁଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଥିଲା। ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କ ପତ୍ନୀ କହିଛନ୍ତି ଯେ, ମ‌ୋ ସ୍ୱାମୀ ଛୁଆ ପାଇଁ ଡାଏପର କିଣିବାକୁ ସନ୍ଧ୍ୟା ୮ଟାରେ ଘରୁ ବାହାରିଥିଲେ। ଫେରୁ ଫେରୁ ରାତି ୧୧ଟା ହୋଇଯାଇଥିଲା। ସେ ଘରେ ପହଞ୍ଚିବାର କିଛି ସମୟ ପରେ ପୁଲିସ ଆସି ତାଙ୍କୁ ଉଠାଇ ନେଇଥିଲା।

ଗତକାଲି କର୍ଣ୍ଣାଟକ ଗୃହମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ର କହିଥିଲେ ଯେ, ଏହି ଘଟଣା ପଛରେ କାହାର ହାତ ରହିଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ତଦନ୍ତ ପରେ ଏଭଳି କରିବା ପଛର କାରଣ ସାମ୍ନାକୁ ଆସିପାରିବ। ଶିବାମୋଗାରେ ହୋଇଥିବା ହିଂସା ପରେ ଏହି ଅଞ୍ଚଳରେ ୧୨୦୦ ଅତିରିକ୍ତ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ବେଙ୍ଗାଲୁରୁରୁ ୨୦୦ରୁ ଅଧିକ ପୁଲିସ କର୍ମଚାରୀଙ୍କୁ ପଠାଯାଇଛି। ସୂଚନାଯୋଗ୍ୟ, ରବିବାର ରାତି ପ୍ରାୟ ୯ଟା ବେଳେ ଦର୍ଜି କାମ କରୁଥିବା ୨୩ ବର୍ଷୀୟ ବଜରଙ୍ଗ ଦଳର କର୍ମକର୍ତ୍ତା ହର୍ଷଙ୍କୁ କିଛି ଦୃର୍ବୁତ୍ତ ଛୁରୀ ମାରି ହତ୍ୟା କରିଥିଲେ। ଘଟଣା ପରେ ହର୍ଷାଙ୍କୁ ହସ୍ପିଟାଲ ନିଆଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ବଞ୍ଚାଇ ପାରିନଥିଲେ।

Related Posts