କର୍ଣ୍ଣାଟକ ଶିମୋଗାରେ ପୋଷ୍ଟର ହଟାଇବାକୁ ନେଇ ହିଂସାକାଣ୍ଡ: ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ

ବେଙ୍ଗାଲୁରୁ : କର୍ନାଟକ ଶିମୋଗାରେ ପୋଷ୍ଟର ହଟାଇବାକୁ ନେଇ ହିଂସାକାଣ୍ଡ । ଏନେଇ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯିବା ସହ ପୋଲିସ ଫୋର୍ସ ମୁତୟନ କରଯାଇଛି।

ସୂଚନାଯୋଗ୍ୟ, ସ୍ବାଧୀନତା ଦିବସ ଅବସରରେ କିଛି ଯୁବକ ଲାଗିଥିବା ବୀର ସାବରକରଙ୍କ ପୋଷ୍ଟରକୁ ହଟାଇ ଟିପୁ ସୁଲତାନଙ୍କ ପୋଷ୍ଟର ଲଗାଇବାକୁ ଚେଷ୍ଟା କରିଥିଲେ। ଏନେଇ ଅନ୍ୟ ଏକ ଗୋଷ୍ଠୀ ଏହାକୁ ବିରୋଧ କରିବା ଫଳରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଏପରିକି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲାଠିଚାର୍ଜ କରିଥିବା ଜଣାପଡ଼ିଛି। ବର୍ତ୍ତମାନ, ସମଗ୍ର ଶିମୋଗା ସହରରେ ଧାରା ୧୪୪ ଲାଗୁ କରାଯାଇ ଲୋକଙ୍କୁ ଶାନ୍ତି ରକ୍ଷା କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

Related Posts