କଲେଜ, ୟୁନିଭର୍ସିଟିକୁ ଆସିବେ ସମସ୍ତ କର୍ମଚାରୀ: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍ ଜାରି

କରୋନା ମହାମାରୀ ପ୍ରଭାବରେ ଯେପରି ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି । ତେବେ ବଢ଼ୁଥିବା ସଂକ୍ରମଣ କୁ ଦୃଷ୍ଟିରେ ରଖି ସରକାର ଅନଲାଇନ କ୍ଲାସକୁ ପ୍ରାଧାନ୍ୟ ଦେଇଥିବା ବେଳେ, ଏଥିସହ 50% କର୍ମଚାରୀରେ ବିଦ୍ୟାଳୟ ଓ କଲେଜ୍ ଆସିବାକୁ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଜାରୀ କରାଯାଇଥିଲା । ତେବେ ଏବେ ସଂକ୍ରମଣ କମୁଥିବା ବେଳେ କଲେଜ, ୟୁନିଭର୍ସିଟିକୁ ସମସ୍ତ କର୍ମଚାରୀ ଆସିବାକୁ ନିର୍ଦ୍ଦେଶ ଜାରୀ କରାଯାଇଛି । ଉଚ୍ଚ ଶିକ୍ଷା ଅଧିନସ୍ଥ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କଲେଜ ଓ ୟୁନିଭର୍ସିଟିରେ ଅନଲାଇନରେ କ୍ଲାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟକୁ ନୋଟିସ କଲା ଉଚ୍ଚଶିକ୍ଷା ବିଭାଗ ।

କରୋନା ମହାମାରୀ ଯୋଗୁଁ ରାଜ୍ୟରେ ବନ୍ଦ ରହିଥିଲା କଲେଜ ଓ ୟୁନିଭର୍ସିଟି । ଏବେ ସ୍ଥିତି ଧିରେ ଧିରେ ସୁଧୁରୁଥିବାରୁ ପୁଣି କଲେଜ, ୟୁନିଭର୍ସିଟିକୁ ଧିରେ ଧିରେ ଖୋଲିବା ମୁଡରେ ରହିଛନ୍ତି ସରକାର । ତେଣୁ ପ୍ରଥମ ପର୍ଯ୍ୟାୟରେ ସମସ୍ତ କର୍ମଚାରୀଙ୍କୁ କଲେଜ ଓ ୟୁନିଭର୍ସିଟିକୁ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରେ ସ୍ଥିତି ପୂରା ସୁଧୁରିଲେ କଲେଜ ଖୋଲାଯାଇପାରେ।

Related Posts