ଭଦ୍ରକରେ ପ୍ରାକ ନିର୍ବାଚନୀ ହିଂସା : ଇଂଜିନିୟର ଛାତ୍ରଙ୍କୁ ହତ୍ୟା ଅଭିଯୋଗ

ଭଦ୍ରକରେ ଦେଖିବାକୁ ମିଳିଛି ପ୍ରାକ ନିର୍ବାଚନୀ ହିଂସା । ଫଳରେ ଜଣେ ଇଂଜିନିୟର ଛାତ୍ରଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ ହେବା ପରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଟାୟାର ଜାଳି ରାସ୍ତାରୋକ କରିଥିଲେ ଉତ୍ୟକ୍ତ ଗ୍ରାମବାସୀ । ପୁଲିସ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହାର ହୋଇଛି । ମୃତକ ହେଉଛନ୍ତି ବ୍ରହ୍ମପୁର ପଂଚାୟତର ସୁଭାଶିଷ ଗିରି ।

ଅଭିଯୋଗ ଅନୁସାରେ ବିଜେଡି ସମର୍ଥିତ ସରପଂଚ ପ୍ରାର୍ଥୀ ଓ ତାଙ୍କ ସହଯୋଗୀ କ୍ଲବ ଘରକୁ କବଜା କରିବା ସହ ସ୍କୁଲ ପଡିଆ ଜବର ଦଖଲ କରିଥିଲେ । ଏହାକୁ ବିରୋଧ କରୁଥିଲେ ଶୁଭାଶିଷ । ମଙ୍ଗଳବାର ସକାଳେ ଏହି କଥାକୁ ନେଇ ଶୁଭାଶିଷ ବିରୋଧ କରିବାରୁ ସରପଂଚ ପ୍ରାର୍ଥୀଙ୍କ ସହଯୋଗୀ ଏକ ଲୁହାରଡ ମାଡ ମାରି ପୋଖରୀକୁ ଠେଲି ଦେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଶୁଭାଶିଷଙ୍କ ମୃତ୍ୟୁଙ୍କ ହୋଇଯାଇଥିଲା, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି ।

ସେପଟେ ଏହି ଘଟଣାକୁ ନେଇ ରାଜ୍ୟ ନିର୍ବାଚନ କମିସନଙ୍କୁ ଭେଟିରେ ରାଜ୍ୟ ବିଜେପିର ପ୍ରତିନିଧି ମଣ୍ଡଳି । ଭଦ୍ରକର ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ମଣ୍ଡଳି ରାଜ୍ୟ ନିର୍ବାଚନ କମିସନଙ୍କୁ ଭେଟି ଫେରାଦ ହୋଇଛନ୍ତି । ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡି କର୍ମୀ ରକ୍ତମୁଖା ହୋଇଥିବା ଅଭିଯୋଗ କରିଛି ବିଜେପି । ଏଥିସହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

Related Posts