ଖରସ୍ରୋତା ପାନୀୟଜଳ ପ୍ରକଳ୍ପ ବିରୋଧରେ ପୁଣି ତେଜିଲା ବିରୋଧ ; ରାସ୍ତାରୋକ, ପ୍ରକଳ୍ପ ଭାଙ୍ଗିବାକୁ ଚେତାବନୀ

ସତ୍ୟପାଠ 23/12 କେନ୍ଦ୍ରାପଡ଼ା: କିଛି ଦିନର ବ୍ୟବଧାନ ପରେ ଖରସ୍ରୋତା ନଦୀରେ ନିର୍ମାଣ ହେଉଥିବା ମେଗା ପାନୀୟଜଳ ପ୍ରକଳ୍ପ ବିରୋଧରେ ପୁଣି ରାସ୍ତାରୋକ କରାଯାଇଛି । କେନ୍ଦ୍ରାପଡା ରାଜକନିକା ବ୍ଲକର ବରୁଣାଡ଼ିଆ ପଡ଼ିଆରେ ନିର୍ମାଣ ହେଉଥିବା ମେଗା ପାନୀୟଜଳ ପ୍ରକଳ୍ପକୁ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଦୀର୍ଘ ୨ ବର୍ଷ ହେବ ବିରୋଧ କରି ଆସୁଛି । ଏହା ସହ ଏହି ପ୍ରକଳ୍ପକୁ ବିରୋଧ କରି ଆନ୍ଦୋଳନକାରୀମାନେ ଜେଲ ମଧ୍ୟ ଯାଇଛନ୍ତି । ତଥାପି ପ୍ରକଳ୍ପ କାମ ଜୋରରେ ଆଗେଇ ଚାଲିଛି । ତେବେ ପୁଣିଥରେ ଏହି ପ୍ରକଳ୍ପକୁ ବିରୋଧ କରି ଆଜି ଠାରୁ କଟକ ଚାନ୍ଦବାଲି ରାସ୍ତାର ଅନ୍ଧାରଘରଣି ଛକ ଠାରେ ୧ ଘଣ୍ଟିଆ ରାସ୍ତାରୋକ ଆରମ୍ଭ କରିଛି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି । ପ୍ରତିଦିନ ୧ ଘଣ୍ଟା ଲେଖାଏଁ ରାସ୍ତାରୋକ କରାଯିବା ନେଇ କହିଛି ସଂଘ । ଏହାରି ଭିତରେ ଯଦି ପ୍ରକଳ୍ପ କାମ ବନ୍ଦ ନହୁଏ, ତେବେ ସମ୍ପୂର୍ଣ ରାସ୍ତାରୋକ କରାଯିବା ସହ ପ୍ରକଳ୍ପ ଭାଙ୍ଗି ଦିଆଯିବ ବୋଲି ସଂଗ୍ରାମ ସମିତି ଚେତାବନୀ ଦେଇଛି ।

Related Posts