ଭୁବନେଶ୍ବର,(ସତ୍ୟପାଠବ୍ୟୁରୋ): ଘୁଞ୍ଚିଲା DGP ନିଯୁକ୍ତି ଶୁଣାଣି । ଓଡ଼ିଶା ପୁଲିସ ମହାନିର୍ଦ୍ଦେକ ନିଯୁକ୍ତି ସମ୍ପର୍କିତ ମାମଲା ଶୁଣାଣି ଘୁଞ୍ଚିଲା । ଆସନ୍ତା ୭ ତାରିଖରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ସୋମବାର ପର୍ଯ୍ୟନ୍ତ ମାମଲାକୁ ସ୍ଥଗିତ ରଖିଛନ୍ତି ସର୍ବୋଚ୍ଚ ଅଦାଲତ । ମାମଲାରେ ଆମିକସ୍ କ୍ୟୁରି ରାଜୁ ରାମଚନ୍ଦ୍ରନଙ୍କ ରିପୋର୍ଟ ଦାଖଲ ହୋଇଛି। ତେବେ ଏହି ରିପୋର୍ଟ ଏପର୍ଯ୍ୟନ୍ତ ମାମଲାର ପକ୍ଷମାନଙ୍କ ପାଇଁ ଉପଲବ୍ଧ ହୋଇନଥିଲା। ଏହାକୁ ନେଇ ସଲିସିଟର ଜେନେରାଲ୍ ମେହେଟ୍ଟା ଖଣ୍ଡପୀଠଙ୍କୁ ଅଧିକ ସମୟ ଦେବାକୁ ଅନୁରୋଧ କରିଥିଲେ। ମେହେଟ୍ଟାଙ୍କ ଅନୁରୋଧକୁ ବିଚାର କରି ଖଣ୍ଡପୀଠ ମାମଲାର ଶୁଣାଣିକୁ ସ୍ଥଗିତ ରଖିଛନ୍ତି। ଆସନ୍ତା ଶୁଣାଣିରେ ଆମିକସ୍ କ୍ୟୁରିଙ୍କ ରିପୋର୍ଟ ଉପରେ ପକ୍ଷମାନଙ୍କ ମତ ଓ ଯୁକ୍ତି ଶୁଣାଯିବାର ସମ୍ଭାବନା ରହିଛି।
