ଫେବ୍ରୁଆରି ୧୪ରେ ହେବାକୁ ଥିବା ଗୋଆ ବିଧାନସଭା ନିର୍ବାଚନ ପାଇଁ ଆପ୍ ପକ୍ଷରୁ ଜୋର୍ ଧରିଛି ପ୍ରଚାର ପ୍ରସାର ମଇଦାନ। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଅରବିନ୍ଦ କେଜ୍ରିୱାଲ୍‌ ୧୩ସୂତ୍ରୀ ଆଜେଣ୍ଡା ମଧ୍ୟ ଉପସ୍ଥାପନ କରି ସେ କହିଛନ୍ତି, ଫେବ୍ରୁଆରି ୧୪ରେ ହେବାକୁ ଥିବା ନିର୍ବାଚନକୁ ଗୋଆର ଜନସାଧାରଣ ଚାହିଁ ବସିଛନ୍ତି। ‘ଆପ୍‌’ ହେଉଛି ନୂଆ ଆଶା। ପୂର୍ବରୁ ‘ବିଜେପି’ ଓ ‘କଂଗ୍ରେସ’ ଛଡ଼ା ସେମାନଙ୍କର ଅନ୍ୟ କୌଣସି ବିକଳ୍ପ ନ ଥିଲା। ନିରାଶ ହୋଇଥିବାରୁ ସେମାନେ ପରିବର୍ତ୍ତନ ଚାହୁଁଛନ୍ତି।

କେଜ୍ରିୱାଲ୍‌ କହିଛନ୍ତି, ‘ଆପ୍‌’ର ୧୩ସୂତ୍ରୀ ଆଜେଣ୍ଡାରୁ ଗୋଟିଏ ହେଉଛି ଯୁବକମାନଙ୍କୁ କର୍ମସଂସ୍ଥାନ ଯୋଗାଇଦେବା। ଯେଉଁମାନେ କର୍ମସଂସ୍ଥାନ ନ ପାଇବେ ସେମାନଙ୍କୁ ମାସିକ ୩୦୦୦ ଟଙ୍କା ସହାୟତା ଯୋଗାଇ ଦିଆଯିବ ।

ଅପରପକ୍ଷେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଆମ୍ ଆଦ୍‌ମି ପାର୍ଟି’ (ଆପ୍‌) ହେଉଛି ସବୁଠୁ ‘ସଚ୍ଚୋଟ’ ରାଜନୈତିକ ଦଳ ବୋଲି ଆଜି ଗୋଆରେ କହିଛନ୍ତି। ୧୯୪୭ ମସିହା ପର ଠାରୁ ଦେଶରେ ସବୁଠାରୁ ସଚ୍ଚୋଟ ଦଳ ହେଇଛି ଆପ୍‌। ‘ ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଆପ୍‌’କୁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ‘ସଚ୍ଚୋଟତା ସାର୍ଟିଫିକେଟ୍‌’ ଦେଇଛନ୍ତି।

ଗୋଆରେ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି, ସ୍ବାଧୀନତା ପର ଠାରୁ ଭାରତର ସବୁଠୁ ‌ସଚ୍ଚୋଟ ପାର୍ଟି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ‘ଆପ୍‌’କୁ ପ୍ରମାଣପତ୍ର ଦେଇଛନ୍ତି। ମୋଦୀଜୀ ମୋ ଉପରେ ଏବଂ ମନୀଷ ସିସୋଦିଆଙ୍କ ଉପ‌ରେ ‘ସିବିଆଇ’ ଏବଂ ପୁଲିସ ଚଢ଼ାଉ କରାଇଲେ। ଦଳର ୨୧ଜଣ ବିଧାୟକ ଗିରଫ ହେଲେ। ୪୦୦ ଫାଇଲ୍‌ ପରୀକ୍ଷା କରାଯିବା ପାଇଁ କମିସନ୍‌ ଗଠନ ହେଲା। ତଥାପି କିଛି ମିଳିଲା ନାହିଁ।