ଛୋଟ ପିଲାଙ୍କୁ ଦିଆଯିବ ନୋଭାଭାକ୍ସ ! ସିରମ୍ ଇନ୍ସଷ୍ଟିଚ୍ୟୁଟ୍

ସିରମ୍ ଇନ୍ସଷ୍ଟିଚ୍ୟୁଟ୍ ପକ୍ଷରୁ ଛୋଟପିଲାଙ୍କୁ ଭ୍ୟାକ୍ସିନ ମିଳିବା ନେଇ ଏକ ବଡ଼ ଘୋଷଣା କରାଯାଇଛି । ଆସନ୍ତା ୬ମାସ ଭିତରେ ନୋଭାଭାକ୍ସ କୋଭିଡ ଭ୍ୟାକ୍ସିନ ପ୍ରସ୍ତୁତ କରାଯିବ ବୋଲି ସିଇଓ ଅଦାର ପୁନୱାଲା କହିଛନ୍ତି । ୩ବର୍ଷରୁ ଉର୍ଦ୍ଧ୍ୱ ପିଲାମାନଙ୍କ ଉପରେ ନୋଭାଭାକ୍ସ ଭ୍ୟାକ୍ସିନ ପରୀକ୍ଷା କରାଯାଇଛି ।

ଭାରତରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବର୍ତମାନ ୪୫ରେ ପହଞ୍ଚିଛି । ମହାରାଷ୍ଟ୍ର, ରାଜସ୍ଥାନ, ଗୁଜୁରାଟ, କର୍ଣ୍ଣାଟକ, ଦିଲ୍ଲୀ, ଚଣ୍ଡିଗଡ଼, କେରଳ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ଓମିକ୍ରନ ସଂଖ୍ୟା ଚିହ୍ନଟ ହେଲେଣି । ଏହାକୁ ନେଇ ସତର୍କ ରହିବାକୁ କହିଛନ୍ତି କେନ୍ଦ୍ର ସରକାର । ଓଡ଼ିଶାରେ ଏଯାଏଁ କୌଣସି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ପଡ଼ୋଶୀ ରାଜ୍ୟ ଆନ୍ଧ୍ରରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରେ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ରାଜ୍ୟ ସରକାର ।

Related Posts