ସୁରକ୍ଷା ବଳ ଗୁଳିରେ ଟଳି ପଡିଲା ଜଣେ ଆତଙ୍କୀ | ଜମ୍ମୁ କାଶ୍ମୀରରେ ଏକ ଅନୁପ୍ରବେଶ ଉଦ୍ୟମ ବେଳେ ପଣ୍ଡ ହୋଇଥିଲା ଯୋଜନା | ନିପାତ ଆତଙ୍କୀ ନିକଟରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ପାକିସ୍ତାନୀ ପଇସା ଜବତ କରାଯାଇଛି । ଏହା ସହିତ ମୃତ ଆତଙ୍କୀ ନିକଟରୁ ଏକ ପାକିସ୍ତାନୀ ସିମ୍ ଜବତ କରାଯାଇଛି ।

ଭାରତୀୟ ସେନା ଓ ପାକିସ୍ତାନର ବ୍ୟାଟ୍ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିବା ବେଳେ ଏହି ଆତଙ୍କୀ ଜଣଙ୍କ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା ।

କୁପୱାରା ଜିଲ୍ଳା ଅନ୍ତର୍ଗତ କେରାନ୍ ସେକ୍ଟରରେ ଆତଙ୍କୀ ଜଣଙ୍କ ଅନୁପ୍ରବେଶର ପ୍ରୟାସ କରିଥିଲା । ଭାରତୀୟ ସୁରକ୍ଷା ବଳଙ୍କ ସହିତ ଏନକାଉଣ୍ଟରରେ ପ୍ରାଣ ହରାଇବା ପରେ ଖାନତଲାସୀରୁ ପାକିସ୍ତାନୀ ପଇସା ଓ ସିମ୍ ମିଳିଥିଲା । ଏହା ସହିତ ଏକ ଅତ୍ୟାଧୁନିକ ଏ କେ-୪୭ ରାଇଫଲ ଓ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା । ଆତଙ୍କୀ ଜଣଙ୍କ ନାମ ମହମ୍ମଦ ଶବିର ମଲିକ୍ ବୋଲି ଜଣାପଡିଛି । ମଲିକ ପାକିସ୍ତାନୀ ନାଗରିକ ବୋଲି କୁହାଯାଇଛି । ପାକିସ୍ତାନୀ ସେନାକୁ ହଟଲାଇନ ଜରିଆରେ ଶବ ନେବା ପାଇଁ ଅନୁରୋଧ କରାଯାଇଛି ।