ଦିଲ୍ଲୀ ଜେଲରେ ପଶିଲା କରୋନା, ୩ଟି ଜେଲର ୪୬ ଜଣ ଅନ୍ତେବାସୀ ଓ ୪୩ ଜଣ କର୍ମଚାରୀ କରୋନା ସଂକ୍ରମିତ

ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ସଂଘିନ ହୋଇପଡିଛି | ହୁ ହୁ ହୋଇ ବଢିଚାଲିଛି ଦୈନିକ ସଂକ୍ରମଣ | ବଢୁଥିବା ସଂକ୍ରମଣରେ ଲାଗୁନି ବ୍ରେକ୍ ।

ସେପଟେ ଦିଲ୍ଲୀ ଜେଲରେ ପଶିଛି କରୋନା । ୩ଟି ଜେଲର ୪୬ ଜଣ ଅନ୍ତେବାସୀ ଓ ୪୩ ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହାପରେ ଜେଲରେ ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଉଦ୍ୟମ ଚାଲିଛି ।

ତିହାର ଜେଲରେ ୨୯ ଜଣ ଓ ମାଣ୍ଡୋଲି ଜେଲରେ ୧୭ ଅନ୍ତେବାସୀ କରୋନା ପଜିଟିଭ୍ ବାହାରିଛନ୍ତି । ସେହିପରି ତିହାର ଜେଲର ୨୫ ଜଣ କର୍ମଚାରୀ, ରୋହିଣି ଜେଲେରେ ୧୨ ଜଣ ଓ ମାଣ୍ଡୋଲି ଜେଲର ୬ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି ।

ଜେଲ୍ ଆନ୍ତେବାସୀ ଓ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ପରେ ସମସ୍ତେ ଆଇସୋଲେସନରେ ଅଛନ୍ତି । ଜେଲ ଭିତରେ ଆଇସୋଲେସନ୍ ବ୍ୟବସ୍ଥା କରାଯାଇଛି । ତିହାର ଜେଲରେ ୧୨୦ ଶଯ୍ୟା ଓ ମାଣ୍ଡୋଲି ଜେଲରେ ୪୮ ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ ବ୍ୟବସ୍ଥା କରାଯାଇଛି । ଏହି ତିନିଟି ଜେଲରେ ମୋଟ୍ ୧୮ହଜାର ୫୨୮ ଅନ୍ତେବାସୀ ଅଛନ୍ତି |

Related Posts