ବାଲୋତ୍ରା (ସତ୍ୟପାଠବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ବାଲୋତ୍ରା ଜିଲ୍ଲାସ୍ଥିତ ପଚପଦ୍ରାଠାରେ ଦେଶର ପ୍ରଥମ ଗ୍ରୀନଫିଲ୍ଡ ଇଣ୍ଟିଗ୍ରେଟେଡ ରିଫାଇନାରୀ-କମ୍-ପେଟ୍ରୋକେମିକାଲ କମ୍ପ୍ଲେକ୍ସକୁ ଉଦଘାଟନ କରିଛନ୍ତି। ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ଏଚପିସିଏଲ) ଏବଂ ରାଜସ୍ଥାନ ସରକାରଙ୍କ ମିଳିତ ଉଦ୍ୟମରେ ପ୍ରାୟ ୭୯,୪୫୦ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବାଲୋତ୍ରାରେ ୧.୦୬ ଲକ୍ଷ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମୋଦି କହିଛନ୍ତି , ଦେଶ ସବୁଠାରୁ ବଡ଼ ଶକ୍ତି ସଙ୍କଟକୁ ସାମ୍ନା କରିଛି। ପଶ୍ଚିମ ଏସିଆ ଯୁଦ୍ଧ ଏକ ବିଂଶ ଶତାବ୍ଦୀର ସବୁଠୁ ବଡ଼ ଶକ୍ତି ସଙ୍କଟ ଆଣିଛି। ନୂତନ ଭାରତର ଇଚ୍ଛା ଶକ୍ତି ଶତାବ୍ଦୀର ସବୁଠୁ ବଡ଼ ଶକ୍ତି ସଙ୍କଟକୁ ଦୂର କରିଛି ବୋଲି ମୋଦି କହିଛନ୍ତି। ସଙ୍କଟ ଆରମ୍ଭ ହେବା ମାତ୍ରେ  ଆମର ରିଫାଇନାରୀ କ୍ଷମତାକୁ ବଢ଼ାଇଲୁ ବୋଲି ମୋଦି କହିଛନ୍ତି। ମାତ୍ର ୭ ଦିନ ଭିତରେ ଏଲପିଜି ଉତ୍ପାଦନ ବଢ଼ିଗଲା।ସ୍ବଳ୍ପ ସମୟ ମଧ୍ୟରେ ୧୧ ଲକ୍ଷରୁ  ଅଧିକ ପରିବାରକୁ ପିଏନଜି ସଂଯୋଗ ଦେଇଛୁ। ଏ ପର୍ଯ୍ୟନ୍ତ ଏକ ଘରୋଇ ଏଲପିଜି ସିଲିଣ୍ଡର ୯୫୦ ଟଙ୍କାରୁ କମ ମୂଲ୍ୟରେ ଦେଉଛୁ ବୋଲି ମୋଦି କହିଛନ୍ତି।