ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦୀପାବଳି ଅବସରରେ ଅଯୋଧ୍ୟାରେ ଏକା ସାଙ୍ଗରେ ଜଳିବ ୨୬ ଲକ୍ଷ ଦୀପ । ଏଥିପାଇଁ ରାମଙ୍କ ପୀଠ ଓ ଚୌଧୁରୀ ଚରଣ ସିଂହ ଘାଟ ସମେତ ୫୬ଟି ପ୍ରମୁଖ ଘାଟରେ ପ୍ରସ୍ତୁତି କରାଯାଇଛି । ଦୀପାବଳି ପାଇଁ ସଜେଇ ହୋଇଛି ସାରା ସହର । ଦୀପୋତ୍ସବ ପାଇଁ ବିଭିନ୍ନ ସାଂସ୍କୃତିମ କାର୍ଯ୍ୟକ୍ରମ ଓ ଶୋଭାଯାତ୍ରା କରାଯାଇଛି ।

ସେପଟେ ଦୀପୋତ୍ସବରେ ଲେଜର ସୋ’ ଆୟୋଜନ କରାଯାଇଛି । ଏଥିର ୟୁପି ସହିତ ଅନେକ ରାଜ୍ୟର ସଂସ୍କୃତିର ଝଲକ ଦେଖିବାକୁ ମିଳିବ । ଲେଜର ସୋ’ରେ ରାମଙ୍କ ଜୀବନର ଝଲକ ଦେଖିବାକୁ ମିଳିବ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଦୀପୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ।