ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଇରାନ ଅସ୍ତ୍ରବିରତିକୁ ସ୍ବାଗତ କଲା ଭାରତ । ତେବେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବିଶ୍ୱ ଶକ୍ତି ଯୋଗାଣରେ ବ୍ୟାଘାତ ସୃଷ୍ଟି କରିଛି ଏବଂ ଏହି ଯୁଦ୍ଧବିରତି ହର୍ମୁଜ ପ୍ରଣାଳୀ ଦେଇ ବିଶ୍ୱ ବାଣିଜ୍ୟ ପ୍ରବାହକୁ ପୁନଃସ୍ଥାପିତ କରିବ ବୋଲି ଭାରତ ଆଶା କରୁଛି। ଆମେ ଅସ୍ତ୍ରବିରତିକୁ ସ୍ୱାଗତ କରୁଛୁ ଏବଂ ଆଶା କରୁଛୁ ଯେ ଏହା ପଶ୍ଚିମ ଏସିଆରେ ସ୍ଥାୟୀ ଶାନ୍ତି ଆଣିବ। ଜାରି ରହିଥିବା ବିବାଦର ଶୀଘ୍ର ଅନ୍ତ ଘଟାଇବା ପାଇଁ ଉତ୍ତେଜନା ହ୍ରାସ କରିବା ପାଇଁ ଆଲୋଚନା ଓ କୂଟନୈତିକ ବ୍ୟବସ୍ଥା ଜରୁରୀ ବୋଲି ମନ୍ତ୍ରଣାଳୟ ଏକ ବିବୃତିରେ କହିଛି।