ଭୁବନେଶ୍ବର(ସତ୍ୟପାଠବ୍ୟୁରୋ) : ଚଳିତ ବର୍ଷ ବର୍ଷାରେ ରାଜଧାନୀ ଭୁବନେଶ୍ବରର ଅନେକ ରାସ୍ତା ନଷ୍ଟ ହୋଇ ଯାଇଛି। ଖାଲ ଖମା ଭର୍ତ୍ତି ହୋଇଥିବାବେଳେ ବାରମ୍ବାର ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର । ଦୁର୍ଗା ପୂଜା ପୂର୍ବରୁ ସୁଧୁରିବ ରାସ୍ତା । ରାଜଧାନୀ ସମେତ ପ୍ରମୁଖ ସହର ଗୁଡିକର ରାସ୍ତା ମରାମତି ହେବ। ଚଳିତ ବର୍ଷ ବର୍ଷା ହୋଇ ଭୁବନେଶ୍ୱର ଅନେକ ରାସ୍ତା କ୍ଷୟକ୍ଷତି ହୋଇଛି । ଆସନ୍ତା ଦୁର୍ଗାପୂଜା ପୂର୍ବରୁ ଏହି ସବୁକୁ ମରାମତି କରାଯିବ । ସଫେଇ କାର୍ଯ୍ୟ, ଆଲୋକୀକରଣ କିପରି ହୋଇପାରିବ ସେନେଇ ତର୍ଜମା ହୋଇଛି । ଖୁବ୍ ଶୀଘ୍ର ଭୁବନେଶ୍ୱର ସହରୀ ଜଳବନ୍ଦୀ ସ୍ଥିତି ବନ୍ଦ ହେବ । ଏନେଇ ବିଭିନ୍ନ ଆଇଆଇଟି ର ବିଶେଷଜ୍ଞ ଦଳଙ୍କ ସହ ରାଜ୍ୟର ବରିଷ୍ଠ ଇଞ୍ଜିନିୟର ମାନଙ୍କ ବୈଠକ ହୋଇଛି ।

ଭୁବନେଶ୍ୱରରେ ପ୍ରବଳ ବର୍ଷା ଯୋଗୁ ଜମିଥିବା ପାଣିକୁ ନିଷ୍କାସିତ କରି ଏହାକୁ କିଭଳି ବିଭିନ୍ନ କାର୍ଯ୍ୟରେ ପୁନଃ ବ୍ୟବହାର କରାଯାଇପାରିବ ସେନେଇ ଅଲୋଚନା ହୋଇଛି । ଏଥିସହ ଭୁବନେଶ୍ୱରରେ ପ୍ରାରମ୍ଭିକ ଖୁବ୍ ଶୀଘ୍ର ଭାବେ ଆସିବ ପାର୍କିଂ ପଲିସି । ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ମାଧ୍ୟମରେ ବିକଶିତ ହେବ ଭୁବନେଶ୍ୱର ଓ ଅନ୍ୟାନ୍ୟ ସହର । ଚିରନ୍ତର ବିକାଶ ପାଇଁ ବୈଠକରେ ଆଲୋଚନା ହୋଇଛି । ଏନେଇ ବରିଷ୍ଠ ଅଧିକାରୀଙ୍କ ସହ ବିଶେଷଜ୍ଞ ପ୍ରମୁଖ ଆଲୋଚନା କରିଛନ୍ତି । ସମସ୍ତ ବସ୍ତି ଲୋକଙ୍କୁ ପକ୍କା ଘର ମିଳିବ ବୋଲି କହିଛନ୍ତି ମନ୍ତ୍ରୀ ।