ଦ୍ବନ୍ଦରେ ପଡିଲା ପୁର୍ଣ୍ଣେଛେଦ: ଜାନୁଆରୀ ୩ରେ ପ୍ରାଥମିକ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସୂଚନା

ଜାନୁଆରୀ ୩ ତାରିଖ ରୁ ଖୋଲିବ ସ୍କୁଲ | ତେବେ କରୋନା ମହାମାରୀର ସଙ୍କଟ ମଧ୍ୟରେ ସ୍କୁଲ ଖୋଲିବ କି ନ ଖୋଲିବ ସେନେଇ ଥିବା ଦ୍ବନ୍ଦରେ ପଡିଛି ପୂର୍ଣ୍ଣଛେଦ | ଏ ନେଇ ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସ୍କୁଲ ଖୋଲିବା ନେଇ କୌଣସି ଦ୍ବନ୍ଦ୍ବ ନାହିଁ ବୋଲି ସେ କହିଛନ୍ତି । ଦୀର୍ଘ ୨ ବର୍ଷ ପରେ ଖୋଲିବାକୁ ଯାଉଛି ପ୍ରାଥମିକ ବିଦ୍ୟାଳୟ । ୩ ତାରିଖରୁ କୋଭିଡ କଟକଣାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଖୋଲିବ ।

ମନ୍ତ୍ରୀ କହିଛନ୍ତି ଯେ, ‘ଜିଲ୍ଲା ସ୍ତରରେ ନୋଡାଲ ଅଫିସର ବୁଲି ଭିତ୍ତିଭୂମି ଦେଖିବା ସହ ଜିଲ୍ଲା ଶିକ୍ଷାଧିକାରୀ ସହ ଆଲୋଚନ କରିଛନ୍ତି । ସଚିବ ଡିଇଓ ଓ ବିଇଓଙ୍କ ସହ ବୈଠକ କରିଛନ୍ତି । ଆସନ୍ତା ୪ ତାରିଖରେ ଡିଇଓଙ୍କ ସହ ଫଲ ଆଉଟ୍ ସମ୍ପର୍କରେ ବୈଠକ କରିବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଯିଏ ଚାହିଁବେ, ଅନଲାଇନରେ ପଢିବେ । ଭିତ୍ତିଭୂମିକୁ ନଜରରେ ଏହି ନିଷ୍ପତ୍ତି ନିଆଯାଇଛି । ସ୍କୁଲ କ୍ୟାମ୍ପସକୁ ସ୍ବଚ୍ଛ କରାଯାଇଛି । କରୋନା ସମ୍ପୂର୍ଣ୍ଣ ଭାବେ ଯାଇନି । ତେଣୁ ପିଲାଙ୍କୁ ଗହଳି ସ୍ଥାନରୁ ଦୂରେଇ ରଖିବାକୁ ଅଭିଭାବକମାନଙ୍କୁ ନିବେଦନ କରାଯାଇଛି । ଓମିକ୍ରନକୁ ଦୃଷ୍ଟିରେ ରଖି ସଂକ୍ରମଣ ମୁକ୍ତ ଶିକ୍ଷା ଲାଗି ବ୍ୟବସ୍ଥା ହୋଇଛି । ୨୦୨୨ରେ ପରୀକ୍ଷା ଠିକ ସମୟରେ ହେବ ଓ ଫଳ ଠିକ ସମୟରେ ପ୍ରକାଶ ପାଇବାକୁ ପ୍ରସ୍ତୁତି କରାଯାଇଛି ।’

ତେବେ ଯେଉଁ ଅଭିଭାବକ ମାନେ ଚାହିଁଲେ ନିଜ ପିଲାଙ୍କୁ ବିଦ୍ୟାଳୟକୁ ଛାଡି ପାରିବେ, ନହେଲେ ପୂର୍ବରୁ ପରି ଅନଲାଇନ ପାଠପଢା ହବ |

Related Posts