ନିଜ ଗାଁରେ ହଟହଟା ହେଲେ ମନ୍ତ୍ରୀ ତୁଷାରକାନ୍ତି, ଘେରିଲେ ଗ୍ରାମବାସୀ

ନିଜ ଗାଁକୁ ଯାଇ ହଟହଟା ହୋଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି | ଗ୍ରାମବାସୀ ମାନେ ତାଙ୍କୁ ଘେରିବା ସହ ପ୍ରାୟ ଦୁଇ ଘଂଟା କାଳ ଅଟକ ରଖିଥିଲେ | ପରେ ପରିସ୍ଥିତି ଏତେ ଉତେଜିତ ହୋଇପଡିଲା ଯେ ପୋଲିସ ପହଂଚି ମନ୍ତ୍ରୀଙ୍କୁ ଉଦ୍ଧାର କରିଥିଲା । ଗତକାଲି ରାତିରେ ମନ୍ତ୍ରୀ ପ୍ରଚାର ପାଇଁ ଅସ୍ତରଙ୍ଗ ନଗର ପଂଚାୟତକୁ ଯାଇଥିଲେ ।

ମନ୍ତ୍ରୀ ପ୍ରଚାର ପାଇଁ ଜଣଙ୍କ ଘରକୁ ଯାଇଥିବା ବେଳେ ଗାଁର ଶତାଧିକ ମହିଳା ଓ ପୁରୁଷ ସେଠାରେ ଏକାଠି ହୋଇ ହୋହଲ୍ଲା କରିଥିଲେ । ଏତେ ସଂଖ୍ୟକ ଲୋକ ଦେଖି ମନ୍ତ୍ରୀ ଯାଇଥିବା ଘରକୁ ପରିବାର ଲୋକେ କବାଟ ବନ୍ଦ କରି ଦେଇଥିଲେ । ଘର ବାହାରେ ଲୋକେ ବିଭିନ୍ନ ସମସ୍ୟା କଥା କହି ହୋହଲ୍ଲା କରିଥିଲେ । ଖବର ପାଇଁ ଅସ୍ତରଙ୍ଗ ପୋଲିସ ଘଟଣାସ୍ଥଳରେ ପହଂଚି ଭିଡ ଭିତରୁ ମନ୍ତ୍ରୀଙ୍କୁ ଉଦ୍ଧାର କରିଥିଲେ । ନିଜ ଗାଁରେ ମନ୍ତ୍ରୀଙ୍କୁ ଅଟକ ରଖିବା ଘଟଣା ସ୍ଥାନୀୟ ଅଂଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି |

Related Posts