ନିର୍ବାଚନୀ ହିଂସା, ଗଞ୍ଜାମରେ ଗଡିଲା ମୁଣ୍ଡ।

ସତ୍ୟପାଠ ବ୍ୟୁରୋ, ୧୩/୦୩ : ଗଞ୍ଜାମ ରେ ରକ୍ତାକ୍ତ ରାଜନୈତିକ ହିଂସାକାଣ୍ଡ। ବିଜୟୀ ପ୍ରାର୍ଥୀଙ୍କ ବିଜୟ ଉତ୍ସବ ପାଳନକୁ ବିରୋଧ କରି ତୁମୁଳ କାଣ୍ଡ । ପ୍ରତିପକ୍ଷ ଙ୍କ ଆକ୍ରମଣରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ଗଞ୍ଜାମ ଜିଲ୍ଲର ଆସିକା ବ୍ଳକ ଗାଙ୍ଗପୁର ଥାନା କେନ୍ଦୁପଦରର ଗାଁରେ ନିର୍ବାଚନୀ ପରବର୍ତ୍ତି ହିଂସା ଘଟିଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ମୃତ୍ୟୁ ହୋଇଥିବା ଏକାଧିକ ଆହତ ହୋଇଛନ୍ତି । ଏପରିକି ଜଣେ ନିଖୋଜ ଥିବା ମଧ୍ୟ ଅଭିଯୋଗ ହୋଇଛି । ନିର୍ବାଚନରେ ବିଜୟୀ ହେବା ପରେ ଜଣଙ୍କ ଘର ସମ୍ମୁଖରେ ବାଣ ଫୁଟାକୁ ନେଇ ଘଟିଛି ତୁମୁଳ କାଣ୍ଡ। ସ୍ଥାନୀୟ ପୋଲିସ ଏ ସମ୍ପର୍କରେ କିଛି ସୂଚନା ଦେବାକୁ ମନା କରିଦେଇଛନ୍ତି।

Related Posts