ରାଜ୍ୟରେ ଜାରି ରହିଛି ପଂଚାୟତର ନିର୍ବାଚନ ଲାଗି ମତଦାନ ପକ୍ରିୟା | ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ | ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗ୍ରହଣ ଚାଲିଛି | ୧୭ ହଜାର ୮୯ଟି ବୁଥରେ ମତଦାନ କରିବେ ୫୧ ଲକ୍ଷ ୩୧ ହଜାର ୭୨୭ ଭୋଟର ।
ସେଥିରୁ ୨ହଜାର ୫୬୩ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ଏହି ବୁଥ ଉପରେ କଡା ନଜର ରଖିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଦିନ ୧୧ଟା ସୁଦ୍ଧା ୩୬ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି । ହେଭିୱେଟ ନେତାଙ୍କ ଆଜି ହେଉଛି ପଂଚାୟତ ପରୀକ୍ଷା |
ସେପଟେ ବୁଥ ଉପରେ କଡା ନଜର ରଖିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟଠୁ ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ଅଧିକ ହିଂସା ହୋଇଥିବା ବେଳେ, ଯେପରି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ସେନେଇ ରାଜ୍ୟ ନିର୍ବାଚନ କମିଶନ, ପୋଲିସ ଓ ପ୍ରଶାସନ ସହ ଆଲୋଚନା କରିଛନ୍ତି । ଏଥିପାଇଁ ୨୫୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ |
ନିର୍ବାଚନୀ ହିଂସା ଏବଂ ଭୋଟ୍ ବାକ୍ସ ଲୁଟ୍ ଅଭିଯୋଗ ବଢ଼ୁଥିବାରୁ ପୁଲିସ ବିଭାଗ ପକ୍ଷରୁ କୁହାଯାଇଛି ଯେ ନିର୍ବାଚନ କମିସନଙ୍କ ଗାଇଡଲାଇନ୍ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ପାଇଁ ମୋଟ୍ ୮୨ଜଣଙ୍କୁ ଗିରଫ କରାଯାଇଛି । ଯାଜପୁର ଜିଲ୍ଲାରୁ ସର୍ବାଧିକ ୪୩ଜଣ, ଢେଙ୍କାନାଳରୁ ୯ଜଣ, ଜଗତସିଂହପୁରରୁ ୬ଜଣ, ପୁରୀ ଜିଲ୍ଲାରୁ ୨୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
୧୬୩ଟି ଜିଲ୍ଲା ପରିଷଦ ଜୋନ୍ରେ ୬୬୭ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଛି। ସୂଚନାଯୋଗ୍ୟ, ବିଗତ ୩ଟି ପର୍ଯ୍ୟାୟରେ ୬୧,୩୦୦ଟି ବୁଥ୍ରେ ନିର୍ବାଚନ ସରିଛି |
