ପର୍ଣ୍ଣ ଫିଲ୍ମ ମାମଲାରେ ଜେଲ୍‌ରୁ ମୁକୁଳିବା ପରେ ପ୍ରଥମ ଥର ପ୍ରତିକ୍ରିୟା ରଖିଲେ ରାଜ କୁନ୍ଦ୍ରା

ସାମ୍ନାକୁ ଆସିଛି ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ପ୍ରତିକ୍ରିୟା । ନିକଟରେ ପର୍ଣ୍ଣ ଫିଲ୍ମ ମାମଲାରେ ଜେଲ୍‌ରୁ ମୁକୁଳିବା ପରେ ସେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛନ୍ତି । ତାଙ୍କ ବିରୋଧରେ ବିଭ୍ରାନ୍ତିକର ତଥା ଦାୟିତ୍ୱହୀନ ବୟାନ ଦେଇଥିବା ବ୍ୟକ୍ତିଙ୍କୁ ସେ ଟାର୍ଗେଟ କରି ପ୍ରବଳ ବର୍ଷିଛନ୍ତି। ସେ କେବେବି ଅଶ୍ଳୀଳ କଣ୍ଟେଣ୍ଟ କିମ୍ବା ଏଭଳି ଫିଲ୍ମ ତିଆରି ରାକେଟ୍‌ରେ ସାମିଲ ନଥିଲେ। ତାଙ୍କ ବିରୋଧରେ ସାଙ୍ଘାତିକ ଷଡଯନ୍ତ୍ର ରଚାଯାଇଥିଲା ବୋଲି ସେ ସଫେଇ ଦେଇଛନ୍ତି।

ରାଜ କୁନ୍ଦ୍ରା ନିଜ ବୟାନରେ କହିଛନ୍ତି, “ଦୁର୍ଭାଗ୍ୟବଶତଃ ମୁଁ ପୂର୍ବରୁ ଗଣମାଧ୍ୟମ ଦ୍ୱାରା ‘ଦୋଷୀ’ ସାବ୍ୟସ୍ତ ହୋଇସାରିଛି। ମୋ ପରିବାର ଏବଂ ମୁଁ ଲଗାତର ଅନେକ କଷ୍ଟ ସହିଛୁ, ମୋର ମାନବିକ ଏବଂ ସାମ୍ବିଧାନିକ ଅଧିକାର ସବୁ ସ୍ଥାନରେ ଉଲଂଘନ ହୋଇଛି।”

Related Posts