ପଶ୍ଚିମବଙ୍ଗରେ ଚିହ୍ନଟ ହେଲା ପ୍ରଥମ ‘ଓମିକ୍ରନ୍‌’ ଆକ୍ରାନ୍ତ, ୭ ବର୍ଷର ଛୁଆ ସଂକ୍ରମିତ ହୋଇଥିବା ସୂଚନା

ଦେଶରେ ବଢୁଛି ଓମିକ୍ରନ୍‌ ଆକ୍ରାନ୍ତ ଙ୍କ ସଂଖ୍ୟା । ଆନ୍ଧ୍ରପ୍ରଦେଶ ପରେ ପଶ୍ଚିମବଙ୍ଗରେ ଚିହ୍ନଟ ହେଲା ଓମିକ୍ରନ୍‌ର ପ୍ରଥମ ମାମଲା । ମୁର୍ଶିଦାବାଦର ଜଣେ ୭ ବର୍ଷୀୟ ପିଲା ଏହି ମହାମାରୀରେ ଆକ୍ରାନ୍ତ ହୋଇଛି । ୧୦ ଡିସେମ୍ବରରେ ସଂକ୍ରମିତ ହୋଇଥିବା ପିଲା ପରିବାର ଲୋକଙ୍କ ସହ ଆବୁଧାବିରୁ ହାଇଦ୍ରାବାଦ ଫେରିଥିଲା।

ସଂକ୍ରମିତ ୭ ବର୍ଷୀୟ ଛୁଆକୁ ଚିକିତ୍ସା ପାଇଁ ଏବେ ମୁର୍ଶିଦାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉକ୍ତ ଛୁଆର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଆବୁଧାବିରୁ ପରିବାର ସହ ଭାରତ ଫେରିବା ପରେ ଆର୍‌ଟିପିସିଆର୍‌ ଟେଷ୍ଟ କରାଯାଇଥିଲା। ଏଥିରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ଜିନୋମ୍‌ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା। ଏଥିରେ ସେ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡିଛି।

Related Posts