ପିଲାଙ୍କ ଲାଗି କାର୍ଟୁନ ଓ ଆନିମେସନ ଥିମ୍ ରେ ସଜାଯାଉଛି ଭାକସିନେସନ୍ ସେଣ୍ଟର

ସତ୍ୟପାଠ 28/12 ନୂଆଦିଲ୍ଲୀ: ଜାନୁୟାରୀ ପହିଲାରୁ ସାରା ଦେଶରେ ୧୫ ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ ଟିକା । ଏଥିପାଇଁ ସାରା ଦେଶରେ ପିଲାଙ୍କର ଟିକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ସମସ୍ତ ଭାକିନେସନ ସେଣ୍ଟରରେ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଆୟୋଜନ କରାଯାଉଛି । ଏହାରି ଭିତରେ ରାଜଧାନୀରେ ଦିଲ୍ଲୀରେ ପିଲାଙ୍କ ଟିକାକରଣ କେନ୍ଦ୍ରକୁ ସଜ୍ଜାଯାଉଛି । ଏଠାରେ ଥିବା ଷ୍ଟାର ଇମୋଜିଂ ଅଣ୍ଡ ପାଥୋଲ୍ୟାବ ଭାକସିନେସନ ସେଣ୍ଟରକୁ ଟିକେ ଖାସ୍ ଅନ୍ଦାଜରେ ସଜାଯାଇଛି । ଖାସ୍ କରି ପିଲାଙ୍କ ପାଇଁ ଏପରି କରାଯାଇଛି । ଏଠାରେ ବିଭିନ୍ନ ପ୍ରକାରର ଆନିମେସନ ଏବଂ କାର୍ଟୁନ ଥିମ୍‌ରେ ସଜ୍ଜାଯାଇଛି । ଏଣ୍ଟ୍ରି କଲାପରେ ପ୍ରଥମେ ରେଜିଷ୍ଟ୍ରସନ ଡେସ୍କ ରହିଛି । ରେଜିଷ୍ଟ୍ରେସନ ପରେ ଏକାସଂଗେ ୪ରୁ ୫ ଜଣ ପିଲାଙ୍କ ବସିବାର ବ୍ୟବସ୍ଥା କରାଯାଇଛି । ଏହାସହ ଯେଉଁଠି ଟିକା ଦିଆଯିବ ସେ ଗୃହକୁ ଅଲଗା କରି ପ୍ରସ୍ତୁତ ହୋଇଛି । ଏଠାରେ ସୁପର ହିରୋ ଏବଂ କାର୍ଟୁନ୍ସ ଫଟୋ ସବୁ ଲଗାଯାଇଛି । ଏହାସହ ଓ୍ୱେଟିଂ ରୁମରେ ପିଲାଙ୍କ ପଢିବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । ବିଭିନ୍ନ ପ୍ରକାରର ବହି ସବୁ ସୁନ୍ଦର ଭାବେ ରଖାଯାଇଛି ।ଆହୁରି ଗୋଟିଏ ବିଷୟ ହେଉଛି ପିଲାମାନେ ଟିକା ନେବା ପରେ କେମିତି ଘାବରେଇ ନଯିବେ ବା ମନୋଭାବ ବଦଳିନଯିବ ସେପରି ଭାବେ ହୋଇଛି ପ୍ରସ୍ତୁତ । ଅଧିକ ସଂଖ୍ୟାରେ ପିଲା କେମିତି ଟିକା ନେବାକୁ ଆକୃଷ୍ଟ ହେବେ ସେସବୁକୁ ଦୃଷ୍ଟିରେ ରଖି ଏମିତି କରାଯାଇଛି ।

Related Posts