ପୋଲିସ ପିସିଆର ଧକ୍କାରେ ସିରିଜ ଦୁର୍ଘଟଣା: ସମ୍ବଲପୁର

ସତ୍ୟପାଠ 24/12 ସମ୍ବଲପୁର: ପୋଲିସ ପିସିଆର ଧକ୍କାରେ ସିରିଜ ଦୁର୍ଘଟଣା । ପିସିଆର ଡ୍ରାଇଭର ଫୋନରେ କଥା ହେଉ ହେଉ କାରକୁ ଧକ୍କା ଦେଲେ । ଗୋଟିଏ କାର ଧକ୍କା ଦେବାରୁ ଗୋଟିଏ ପରେ ଗୋଟିଏ ଧକ୍କା ହେଲେ । ପିସିଆର ଧକ୍କା ଦେଇଥିବା ଗାଡିର ପଛ ପଟ ଚୁରମାର ହୋଇଯାଇଛି । ଘଟଣାରେ କେହି ଆହତ ହୋଇନାହି । ସୂଚନାମୁତାବକ, ସମ୍ବଲପୁର ବୁଢାରଜା ହାଇସ୍କୁଲ ସମ୍ମୁଖରେ ସନ୍ଧ୍ୟା ସମୟରେ ଟ୍ରାଫିକ ସମସ୍ୟ ଯୋଗୁ ରାସ୍ତା ଜାମ ଥିଲା। ଏହି ସମୟରେ ମହିଳା ଥାନା ପିସିଆର ଭ୍ୟାନ OD 05 L 7336 ଗାଡି ଦୃତ ଗତିରେ ଆସି ଗୋଟିଏ କାର କୁ ଧକ୍କା ଦେଇଥିଲା ।

ଫଳରେ ଆଉ ଦୁଇଟି କାର ଧକ୍କା ହୋଇଥିଲା । ତେଵେ ପିସିଆର ଭ୍ୟାନରେ କେବଳ ଡ୍ରାଇଭର ଥିବା ବେଳେ ସେ ଫୋନରେ କଥା ହେଉଥିଲେ । ପିସିଆର ଧକ୍କା ଦେଇଥିବା କାର ଟି ବରଗଡର ଦେବେନ୍ଦ୍ର ପଣ୍ତାଙ୍କ । ଘଟଣା ଜାଣିବା ପରେ ସଂଙ୍ଗେ ସଂଙ୍ଗେ ଅଇଠାପାଲି ପୋଲିସ ପହଞ୍ଚି ପିସିଆର ଗାଡିକୁ ନେଇଯାଇଛି । ଅନ୍ୟପଟେ ଧକ୍କା ଖାଇଥିବା କାର ମାଲିକ ପୋଲିସ ପିସିଆର ଗାଡି ଚାଳକଙ୍କୁ ନେଇ ପ୍ରଶ୍ନ ଉଠାଇବା ସହ କ୍ଷତି ପୂରଣ ଦାବି କରିଛନ୍ତି ।

Related Posts