ପୋଖରୀରୁ ଅଚିହ୍ନା ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର: ମୃତ୍ୟୁର କାରଣ ଅସ୍ପଷ୍ଟ

ସତ୍ୟପାଠ 23/12 ରାୟଗଡା: ପୋଖରୀରୁ ଜଣେ ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର । ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କୁରୁମାଯୋଡି ଗାଁ ନିକଟ ଏକ ପୋଖରୀରୁ ମହିଳାଙ୍କ ଉଲଗ୍ନ ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି । ସୂଚନା ଅନୁଯାଇ ଗାଁର କିଛି ଲୋକ ପୋଖରୀକୁ ଯିବା ସମୟରେ ପୋଖରୀର ଏକ ବୁଦା ନିକଟରେ ମୃତଦେହଟିକୁ ଦେଖିଥିଲେ । ମୃତଦେହ ଦେଖି ଗ୍ରାମବାସୀ ସଂଗେସଂଗେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତେବେ ମୃତ ମହିଳାଙ୍କ ପରିଚୟ ମିଳିପାରି ନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏହି ଘଟଣା ପରେ ଗ୍ରାମବାସୀଙ୍କ ନିକଟରେ ଭୟ ଦେଖିବାକୁ ମିଳିଛି |

Related Posts