ବଡ ଅଘଟଣରୁ ରକ୍ଷା: ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ

ହୀରାକୁଦ ଷ୍ଟେସନ ନିକଟରେ ଅଘଟଣ | ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ସାମଗ୍ରୀ ନେଇ ଯାଉଥିବା ଏକ ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି ।

ଘଟଣା ମୁତାବକ ରବିବାର ରାତି ପ୍ରାୟ ସାଢ଼େ 10ଟା ସମୟରେ ମାଲବାହୀ ଟ୍ରେନଟି ସମ୍ବଲପୁରରୁ ବରଗଡ଼ ଆଡ଼କୁ ଅତିକ୍ରମ କରୁଥିବା ବେଳେ ଟ୍ରେନର ଏକ ବଗି ଲାଇନଚ୍ୟୁତ ହୋଇଥିଲା । ତେବେ ଏହି ଘଟଣାରେ ବିଶେଷ କ୍ଷୟକ୍ଷତି ହୋଇ ନଥିବା ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଖବର ପାଇବା ପରେ ଘଟଣାସ୍ଥଳରେ ଟେକନିକାଲ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରିଥିଲା ।ଏହି ଦୁର୍ଘଟଣା ଯୋଗୁଁ ଟ୍ରେନ ଚଳାଚଳରେ କୌଣସି ପ୍ରଭାବ ପଡ଼ିନାହିଁ ବୋଲି ସମ୍ବଲପୁର ଡିଭିଜନର ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ଏଥିସହ ଏକ ବଡ ଅଘଟଣ ରୁ ବର୍ତି ଯାଇଥିବା ସୂଚନା ମିଳିଛି |

Related Posts