ବଲିଉଡ୍ ଅଭିନେତା ଜନ୍ ଆବ୍ରାହମ ଓ ତାଙ୍କ ପତ୍ନୀ କରୋନା ପଜିଟିଭ୍ ଚିହ୍ନଟ

କରୋନା କବ୍ଜାରେ ବଲିଉଡ୍ କଳାକାର | ଲଗାତାର ଅନେକ ବଲିଉଡ କଳାକାର କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ନେଇ ଖବର ଆସୁଥିବା ବେଳେ, ଏବେ ଅଭିନେତା ଜନ୍ ଆବ୍ରାହମ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ପତ୍ନୀ ପ୍ରିୟା ରୁଞ୍ଚଲ ବି କରୋନା ସଂକ୍ରମିତ ହୋଇଛନ୍ତି । ଦୁଇ ଜଣଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ଏହାପରେ ଦୁହେଁ ହୋମ୍ ଆଇସୋଲେସନରେ ଅଛନ୍ତି । ଏନେଇ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ସେଲିବ୍ରିଟି କପୁଲ ।

ଜନ୍ ଆବ୍ରାହମ୍ ଜଣେ କୋଭିଡ୍ ସଂକ୍ରମିତଙ୍କ ସଂସ୍ପର୍ଶରେ ତିନି ଦିନ ତଳେ ଆସିଥିଲେ । ଏହାପରେ ସେ ଓ ପତ୍ନୀ ପ୍ରିୟା କୋଭିଡ୍ ଟେଷ୍ଟ କରାଇଥଲେ । ସେମାନଙ୍କର ରିପୋର୍ଟ ପଜିଟିଭ୍ ବାହାରିଥିବା ସୂଚନା ଦେଇଛନ୍ତି ଜନ୍ ଆବ୍ରାହମ୍ । ସେମାନ ପାଖରେ ସାମାନ୍ୟ ଲକ୍ଷଣ ରହିଛି । ଦୁହେଁ ଟିକାର ଦୁଇଟି ଲେଖାଏ ଡୋଜ୍ ନେଇଥିଲେ ।

ଏଥିସହ ଜନ୍ ଆବ୍ରାହମ୍ ସମସ୍ତଙ୍କ ସୁସ୍ଥତା କାମନା କରିବା ସହ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି । ଜନ୍ କରୋନା ସଂକ୍ରମିତ ହୋଇଥିବା ଜାଣିବା ପରେ ଲକ୍ଷ ଲକ୍ଷ ଫ୍ୟାନ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ପୂର୍ବରୁ ବଲିଉଡ୍ ଷ୍ଟାର ମୃଣାଳ ଠାକୁର, ନୋରା ଫତୈହ, ଶିଳ୍ପା ଶିରୋଦକର ପ୍ରମୁଖ କରୋନା ସଂକ୍ରମିତ ହୋଇଛନ୍ତି ।

Related Posts