ଭୁବନେଶ୍ବର(ସତ୍ୟପାଠବ୍ୟୁରୋ) : ବରିଷ୍ଠ ପୁଲିସ ଅଧିକାରୀ ବିନୟତୋଷ ମିଶ୍ରଙ୍କୁ ମିଳିଛି ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ବ। ୧୯୯୩ ବ୍ୟାଚ୍ର ଆଇପିଏସ୍ ଶ୍ରୀ ମିଶ୍ରଙ୍କୁ ଅନ୍ତରୀଣ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ହେବେ। ଶ୍ରୀ ମିଶ୍ର ଏବେ କ୍ରାଇମବ୍ରାଞ୍ଚ ଡିଜି ଅଛନ୍ତି । ଏନେଇ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି।
ସୂଚନାଯୋଗ୍ୟ, ବିନୟତୋଷ ମିଶ୍ର ହେଉଛନ୍ତି ଜଣେ ଦକ୍ଷ ପୁଲିସ ଅଧିକାରୀ । ସେ ରାଜ୍ୟଙ୍କ ଗୁରୁତ୍ବପୂର୍ଣ୍ଣ ପଦବିରେ ଅବସ୍ଥାପିତ ହୋଇ ନିଜର ଦକ୍ଷତା ଦେଖାଇଛନ୍ତି । ଅତୀତରେ ରାଜ୍ୟ ସରକାର ଶ୍ରୀ ମିଶ୍ରଙ୍କୁ ଅଗ୍ନିଶମ ସେବା, ହୋମଗାର୍ଡ ଏବଂ ସିଭିଲ ଡିଫେନ୍ସର ଡିଜି ଭାବେ ଅତିରିକ୍ତ ଦାୟିତ୍ବ ଦେଇଥିଲେ ।
