ଭାରତର ଦୁଇଥର ଅଲମ୍ପିକ୍ସ ପଦକ ବିଜୟିନୀ ପିଭି ସିନ୍ଧୁ BWF ଆଥଲେଟ କମିଶନ ସଦସ୍ୟା

ଭାରତର ଦୁଇଥର ଅଲମ୍ପିକ୍ସ ପଦକ ବିଜୟିନୀ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁଙ୍କୁ ମିଳିଛି ଗୁରୁ ଦାଇତ୍ୱ | ସୋମବାର ବ୍ୟାଡମିଣ୍ଟନ ୱାର୍ଲ୍ଡ ଫେଡେରେଶନ (BWF) ଆଥଲେଟ୍ସର କମିଶନର ଜଣେ ସଦସ୍ୟା ଭାବେ ସେ ନିଯୁକ୍ତ ହୋଇଛନ୍ତି | ୨୬ ବର୍ଷୀୟ ପୂର୍ବତନ ବିଶ୍ବ ଚମ୍ପିୟନଙ୍କ ବ୍ୟତୀତ ଅନ୍ୟ ୫ଜଣଙ୍କୁ ମଧ୍ୟ ସମାନ ନିଯୁକ୍ତି ମିଳିଛି, ଯେଉଁମାନେ ୨୦୨୫ ପର୍ଯ୍ୟନ୍ତ ନିଜର ଦାୟିତ୍ବ ତୁଲାଇବେ ।

ସମସ୍ତ ସଦସ୍ୟ ହେଲେ ଭାରତର ପିଭି ସିନ୍ଧୁ, ୟୁଏସଏର ଇରିଶ ୱାଙ୍ଗ, ନେଦରଲାଣ୍ଡର ରବିନ ଟାବେଲିଂ, ଇଣ୍ଡୋନେସିଆର ଗ୍ରେସିଆ ପୋଲି, କୋରିଆର କିମ ସୋୟଙ୍ଗ ଓ ଚାଇନାର ଝେଙ୍ଗ ସି ୱେ । ଏହି ୬ଜଣ ସଦସ୍ୟ ଖୁବ ଶୀଘ୍ର ଏକ ବୈଠକ ଡାକି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ବାଛିବେ ।୨୦୧୬ରେ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ । ଏହାପରେ ସେ ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିଥିଲେ । ମର୍ଯ୍ୟାଦାପୂର୍ଣ୍ଣ ବିଶ୍ବ ଚାମ୍ପିୟନସିପରେ ସିନ୍ଧୁ ୨ଟି ରୌପ୍ୟ, ୨ଟି ବ୍ରୋଞ୍ଜ ବ୍ୟତୀତ ୨୦୧୯ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।

Related Posts