ଭୁବନେଶ୍ବର( ସତ୍ୟପାଠବ୍ୟୁରୋ): ଏସଆଇଆରରେ ନାଁ କଟିବା ପରେ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ ଦେଖାଯାଇଛି। ତେବେ ଲୋକଙ୍କ ଭିତରେ ଥିବା ଦ୍ବନ୍ଦ୍ବ ଦୂର କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ସେ କହିଛନ୍ତି, ଯୋଗ୍ୟ ଭୋଟରଙ୍କୁ ଦିଆଯିବନି ବାଦ। ଲୋକଙ୍କର ଆପତ୍ତି ଓ ଅଭିଯୋଗ ଶୁଣାଯାଉଛି। ଅଗଷ୍ଟ ୪ ପର୍ଯ୍ୟନ୍ତ ଆବେଦନ କରିହେବ। ସମସ୍ୟା ଥିଲେ ୱେବସାଇଟ, ବିଏଲଓମାନଙ୍କ ପାଖକୁ ଯାଇ ଫର୍ମ -୬ରେ ଆବେଦନ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ସେପ୍ଟେମ୍ବରରେ ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ବି କରିହେବ ଆବେଦନ ବୋଲି ସେ କହିଛନ୍ତି। ତ୍ରୁଟି ଥିଲେ ବିଏଲଓ ସଂଶୋଧନ କରିବେ ବୋଲି ସେ କହିଛନ୍ତି। ୨୦ ଲକ୍ଷ ୧୨ ହଜାର ଭୋଟରଙ୍କ ନାଁ କଟିଛି । ଫଳରେ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ ଦେଖାଯାଇଛି। ୧୦ ଲକ୍ଷରୁ ଅଧିକ ଭୋଟରଙ୍କ ନାଁ ସ୍ଥାନାନ୍ତରିତ ହୋଇଛି। ଚୂଡ଼ାନ୍ତ ତାଲିକା ଆସିବା ପରେ ମଧ୍ୟ ଭୋଟର ଆବେଦନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ କମିଶନର ଆରଏସ ଗୋପାଲନ କହିଛନ୍ତି।