ରଣଜୀ ସିଜିନର ପ୍ରଥମ ୨ଟି ମ୍ୟାଚ ପାଇଁ ମୁମ୍ବାଇ ଦଳ ଘୋଷଣା: ଦଳରେ ଜୁନିଅର ତେନ୍ଦୁଲକର

ଘୋଷଣା ହେଲା ରଣଜୀ ସିଜିନର ପ୍ରଥମ ୨ଟି ମ୍ୟାଚ ପାଇଁ ମୁମ୍ବାଇ ଦଳ | ତେବେ ଏହି ଦଳରେ ସ୍ଥାନ ପାଇଛନ୍ତି ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ | ପ୍ରଥମ କରି ସିନିୟର ପ୍ରଥମ ଶ୍ରେଣୀ କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି । ବ୍ୟାଟିଂ ବିସ୍ମୟ ପୃଥ୍ବୀ ଶ’ଙ୍କୁ ନେତୃତ୍ବ ଭାର ପ୍ରଦାନ କରାଯାଇଛି । ୪୧ଥର ରଣଜୀ ଟ୍ରଫି ଚାମ୍ପିୟନ ମୁମ୍ବାଇ ଏଥର ଏଲିଟ ସି ଗ୍ରୁପରେ ସ୍ଥାନ ପାଇଛି ।

ଜାନୁଆରୀ ୧୩ ତାରିଖରେ ମୁମ୍ବାଇ ତାର ଅଭିଯାନ ଆରମ୍ଭ କରିବ। ପ୍ରଥମ ମ୍ୟାଚରେ ଦଳ ମହାରାଷ୍ଟ୍ରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଜାନୁଆରୀ ୨୦ରୁ ଆରମ୍ଭ ହେଉଥିବା ଦ୍ବିତୀୟ ମ୍ୟାଚରେ ଦିଲ୍ଲୀକୁ ଭେଟିବ । ଏଥର ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ମୁମ୍ବାଇ ଏକ ସନ୍ତୁଳିତ ଦଳ ଗଠନ କରିଛି ।ଅର୍ଜୁନ ଜଣେ ବାମହାତୀ ଦ୍ରୁତ ବୋଲର । ପୂର୍ବରୁ ସିନିୟର ମୁମ୍ବାଇ ଟିମରେ ଡେବ୍ୟୁ କରି ସାରିଛନ୍ତି ଅର୍ଜୁନ । ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ହରିୟାଣା ବିପକ୍ଷରେ ଅର୍ଜୁନଙ୍କୁ ମୁମ୍ବାଇ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଥିଲା ।

Related Posts