ରାଜ୍ୟରେ ବଦଳିବ ପାଗ, ଲେଉଟାଣି ଦେବ ଶୀତ

ପୁଣି ରାଜ୍ୟରେ ଆରମ୍ଭ ହୋଇଯିବ ଶୀତର ପ୍ରକୋପ | ଥଣ୍ଡା କମିଥିବାରୁ କିଛିଦିନ ହେବ ଶୀତର ପ୍ରକୋପ ରୁ ଅସ୍ବସ୍ତି ମିଳିଥିବା ବେଳେ, ନୂଆବର୍ଷରୁ ପୁଣି ଲେଉଟିବ ହାଡ଼ଭଙ୍ଗା ଶୀତ ଆରମ୍ଭ ହୋଇଯିବ । ରାଜ୍ୟକୁ ଶୀତ ଫେରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଘନ କୁହୁଡ଼ି ଦେଖାହେବ । ଓଡ଼ିଶାକୁ ଆସୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ଣ ବାୟୁ ପ୍ରବାହରେ ରାଜ୍ୟରେ ଏହିଭଳି ପାଗ ରହିବ । ଶନିବାର ରାତିରୁ ନୂଆବର୍ଷ ପର୍ଯ୍ୟନ୍ତ ରାଜ୍ୟର ୧୮ଟି ଜିଲ୍ଲାରେ ଘନ କୁହୁଡ଼ି ଦେଖା ଦେବ । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାଜ୍ୟରେ କମିବ ତାପମାତ୍ରା । ରାତି ତାପମାତ୍ରା ୩ରୁ ୫ ଡ଼ିଗ୍ରୀ ପର୍ଯ୍ୟନ୍ତ ଖସିବ ବୋଲି ଆକଳନ ହୋଇଛି । ଏହାସହ ଶୀତ ବଢ଼ିବ ।

ଆଜି ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ହେଲେ ଘନ କୁହୁଡ଼ି ସହ ପ୍ରବଳ ଶୀତରେ ଅସ୍ତବ୍ୟସ୍ତ ହେବ ଜନଜୀବନ । ଉପାନ୍ତରୁ ଉପକୂଳ ଜାଡ଼ ବଢ଼ିବ ବୋଲି ସୂଚନା ରହିଛି ।

Related Posts