ରାଜ୍ୟର ୫ ମହାନଗର ନିଗମର ଉଠାଦୋକାନୀଙ୍କୁ ୩୦୦୦ ଟଙ୍କା ଲେଖାଏଁ କୋଭିଡ ସହାୟତା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସତ୍ୟପାଠ 24/12 ଭୁବନେଶ୍ୱର:ମହାମାରୀ କରୋନା ସମଗ୍ର ବିଶ୍ୱର ଆର୍ଥିକ ସ୍ଥିତିକୁ ବିଗାଡି ଦେଇଥିବାବେଳେ ତେବେ ଏହି ମହାମାରୀ ଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ରାସ୍ତାକଡ଼ର ଉଠା ଦୋକାନୀ ମାନେ । କରୋନା ପାଇଁ ସେମାନଙ୍କର ମେରୁଦଣ୍ଡ ଭାଙ୍ଗି ପଡ଼ିଛି । ଉଠାଦୋକାନୀଙ୍କ ଜୀବନ ଜୀବିକାକୁ ସୁଦୃଢ କରିବାକୁ ଆଜି ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ରାସ୍ତା କଡ଼ର ଉଠା ଦୋକାନୀଙ୍କୁ ପ୍ରଦାନ କରାଯିବ ୩ ହଜାର ଟଙ୍କାର ସହାୟତା ରାଶି ।ଭର୍ଚୁଆଲରେ ଦିନ ୧୧ଟା ୩୦ ମିନିଟରେ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟର ୫ ମହାନଗର ନିଗମ ଭୁବନେଶ୍ୱର ସମେତ ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, କଟକରେ ସହାୟତା ପ୍ରଦାନର ଶୁଭାରମ୍ଭ କରିବେ ନବୀନ। ତେବେ ଆଗାମୀ ଦିନରେ ରାଜ୍ୟର ୫ ମହାନଗର ନିଗମ ଭୁବନେଶ୍ୱର ସମେତ ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, କଟକ ଏହି ଅଞ୍ଚଳ ବ୍ୟତୀତ ବାକିଥିବା ଉଠା ଦୋକାନୀଙ୍କୁ ସହାୟତା ଦିଆଯିବା ନେଇ କୌଣସି ଘୋଷଣା ହୋଇନାହିଁ |

Related Posts