ରାସ୍ତା ନିର୍ମାଣକୁ ବିରୋଧ କରି ମାଓବାଦୀଙ୍କ ଲଙ୍କାକାଣ୍ଡ: ପୋଡିଦେଲେ ଜେସିବିି ଓ ଟ୍ରାକ୍ଟ‌ର

ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ | ରାସ୍ତା ନିର୍ମାଣକୁ ବିରୋଧ କରିବା ସହ କାମରେ ନିୟୋଜିତ ଥିବା ଜେସିବି ଓ ଟ୍ରାକ୍ଟରକୁ ଜାଳି ଦେଇଛନ୍ତି | ଏଭଳି କାଣ୍ଡ ଘଟାଇ କନ୍ଧମାଳ ଜିଲ୍ଲାରେ ପୁଣି ନିଜର ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ। ଫିରିଙ୍ଗିଆ ବ୍ଲକ କିଆମୁଣ୍ଡାରେ ରାସ୍ତା ନିର୍ମାଣକୁ ବିରୋଧ କରି ଏକ ଠିକା ସଂସ୍ଥାର ଗାଡିକୁ ପୋଡିଦେଇଛନ୍ତି ମାଓବାଦୀ । ଏଥିସହ ଘଟଣାସ୍ଥଳରେ ଏକ ପୋଷ୍ଟର ମଧ୍ୟ ଲଗାଇଛନ୍ତି ।

କନ୍ଧମାଳରେ ନକ୍ସଲଙ୍କ ନୃଶଂସକାଣ୍ଡ, ପୋଡିଦେଲେ ଜେସିବିି ଓ ଟ୍ରାକ୍ଟ‌ର | ସୂଚନାଅନୁଯାୟୀ ସୋମବାର ମଧ୍ୟରାତ୍ରିରେ ମାଓବାଦୀ ମାନେ କିଆମୁଣ୍ଡା ପାଖରେ ପହଞ୍ଚି ରାସ୍ତା କାମରେ ନିୟୋଜିତ ଥିବା ଏକ ଜେସିବି ଏବଂ ଟ୍ରାକ୍ଟରରେ ନିଆଁ ଲଗାଇ ପୋଡ଼ି ଦେଇଥିଲେ । ଗାଁ ରେ ଦେଶୀ ମଦ ଭାଟି ବନ୍ଦ କରିବା, CRPF କ୍ୟାମ୍ପ ଉଠାଇବା, ମାଓବାଦୀ ନାମରେ ଦାଦାବଟି ମାଗୁଥିବା ଲୋକଙ୍କୁ ଗିରଫ କରିବା ଆଦି ଦାବି ପୋଷ୍ଟର ରେ ଉଲ୍ଲେଖ ରହିଛି । ଏଥି ସହ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ତଳେ ଉଲ୍ଲେଖ ରହିଛି । ନିର୍ବାଚନ ପାଖେଇ ଆସୁଥିବାରୁ ମାଓବାଦୀଙ୍କ ଉପସ୍ଥିତି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଥିବା ବେଳେ ଏବେ ସେମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ମାଶ୍ରୀପଡା ଠାରୁ କଣ୍ଟାମାଳ ପର୍ଯ୍ୟନ୍ତ ରାଜ୍ୟ ରଜପଥ ନିର୍ମାଣ ଚାଲିଛି । ଏକ ଠିକାଦାର ସଂସ୍ଥା ଏହି କାର୍ଯ୍ୟ ବହୁଦିନରୁ କରୁଥିବା ଜଣାପଡିଛି।

Related Posts