ଲାଗିଲା ମାଓ ପୋଷ୍ଟର : ମମିତା ମେହେର ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦିଅ

ମୁନିଗୁଡା : ରାୟଗଡାରେ ପୁଣି ଲାଗିଲା ମାଓ ପୋଷ୍ଟର । ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ କୁମୁଡାବାଲି ଶିବ ମନ୍ଦିରକୁ ଯିବା ରାସ୍ତାରେ ଥିବା ଯାତ୍ରୀ ପ୍ରତୀକ୍ଷାଳୟ ସମ୍ମୁଖରେ ଓ ଆମ୍ବ ଗଛରେ  ୫ଟି ମାଓ ପୋଷ୍ଟର ଲାଗିଥିବା ଦେଖାଯାଇଛି । ଉକ୍ତ ମାଓ ପୋଷ୍ଟରରେ ରାଜ୍ୟରେ ମହିଳାମାନଙ୍କୁ ସୁରକ୍ଷା ଦେବାରେ ବିଫଳ ମମିତା ହତ୍ୟାକାରୀ ନବୀନ ସରକାର । ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ।

ମମିତାଙ୍କ ହତ୍ୟା ପଛରେ ହାତ ଥିବା ଉଚ୍ଚ ସ୍ତରର ଅଫିସର, ରାଜନେତା ଓ ପୋଲିସ ବଳକୁ କଠୋର ଦଣ୍ଡ ଦିଆଯାଉ ଓ ମମିତ ମେହେରଙ୍କୁ ହତ୍ୟା କରାଯାଇଥିବାରୁ ସମ୍ପର୍କୀୟ ଜଣଙ୍କୁ ଚାକିରୀ ସହ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ ବୋଲି ଉଲ୍ଲେଖ ଅଛି । ଏହି ମାଓ ପୋଷ୍ଟର ସିପିଆଇ ମାଓବାଦୀ ବଂଶଧାରା ଘୁମୁସୁରା ନାଗାବଳୀ ଡିଭିଜିନାଲ କମିଟି ତରଫରୁ ଲେଖାଯାଇଥିବା ଜଣାପଡିଛି । ତେବେ ଏହି ମାଓ ପୋଷ୍ଟର ଅସଲି କି ନକଲି ତାହା ଜଣାପଡିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଓ ପୋଷ୍ଟର ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଥିବା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି ।

Related Posts