ଶୀତକୁ ନେଇ ୪ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର

ରାଜ୍ୟରେ ପୁଣି ଶୀତର ଲହରୀ ଦେଖାଦେଇଛି | କୋହଲା ପାଗ ସହ ଥଣ୍ଡା ପବନ ବହୁଛି । ପାରଦ ଖସୁଥିବା ବେଳେ, ଆସନ୍ତା ୨ ଦିନରେ ଚାରି ଜିଲ୍ଲାରେ ପ୍ରବଳ ଶୀତ ଅନୁଭୁତ ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ଆଗାମୀ ଦିନରେ ରାତିର ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ କମିବ । ଏଥିପାଇଁ ୪ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ ଶୀତର ଲହରୀ ଅଧିକ ଦେଖାଦେବ ।

ଆଗାମୀ ୫ଦିନ ଯାଏଁ ପାଗରେ ପରିବର୍ତ୍ତନ ସମ୍ଭାବନା ନାହିଁ । ଏଥିପାଇଁ ପାଗ ଶୁଖିଲା ଓ ଖରାଟିଆ ରହିବ । ଉତ୍ତର ଦିଗରୁ ଓଡ଼ିଶାର ସ୍ଥଳଭାଗକୁ ଆସୁଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ପ୍ରଭାବରେ ରାଜ୍ୟରେ ପୁଣି ଜାଡ଼ ବଢ଼ିବା ଆରମ୍ଭ କରିଛି । ଗତ ୨୪ଘଣ୍ଟାରେ ଅନୁଗୁଳ, କୋରାପୁଟ, କଳାହାଣ୍ଡି. କନ୍ଧମାଳ ଓ ବଲାଙ୍ଗିର ଆଦି ଜିଲ୍ଲାରେ କେତେକ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି ।

Related Posts