ଆମେରିକାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲୁଥିବା ବେଳେ, ଏବେ ଉଗ୍ର ରୂପ ଧାରଣ କରିଛି | ସେପଟେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଜେମ୍ସ ଅଷ୍ଟିନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏନେଇ ସେ ନିଜେ ଟ୍ୱଟ କରି କହିଛନ୍ତି ଯେ, ସେ କରୋନାରେ ସଂକ୍ରମିତ ହୋଇଛନ୍ତି । ସେ କହିଛନ୍ତି, ମୋଠାରେ କରୋନାର ସାମନ୍ୟ ଲକ୍ଷଣ ଦେଖା ଦେବା ପରେ ମୁଁ ଟେଷ୍ଟ କରାଇଥିଲି । ଫଳରେ ମୋର ରିପୋର୍ଟ ପଜିଟିଭ ଆସିଛି । ଯଦିଓ ଲକ୍ଷଣ ସାମାନ୍ୟ ଥିଲା ଏବେ କିନ୍ତୁ ଡାକ୍ତରଙ୍କ ସମସ୍ତ ନିର୍ଦ୍ଦେଶ ମୁଁ ପାଳନ କରୁଛି ।
ସୂଚନାଯୋଗ୍ୟ, କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଦେଖାଦେବା ପରେ ଏବେ ସାରା ବିଶ୍ୱରେ କରୋନା ସଂକ୍ରମଣ ପୁଣି ଥରେ ବଢି ଯାଇଛି । ଏହାକୁ ଦୃଷ୍ଟିରେ ତଥା ସଂକ୍ରମଣକୁ ରୋକିବାକୁ ଭାରତ ସମେତ ବିଭିନ୍ନ ଦେଶ ନାଇଟ କର୍ଫ୍ୟୁ ସହ ଅନ୍ୟ କଟକଣା ଲଗାଇଛନ୍ତି । ଏହାପରେ ବି ସଂକ୍ରମଣ ବୃଦ୍ଧି ଲକଡାଉନ ଆଡକୁ ଇସାରା କରୁଛି ବୋଲି କୁହାଯାଉଛି ।
