ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ପରିଷଦର ୫୭ତମ ବୈଠକ ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ନୂଆଦିଲ୍ଲୀରେ ହେବ। ଜିଏସ୍ଟି ପରିଷଦର ସଚିବାଳୟ ସୂତ୍ରରୁ ଏହା ଜଣାଯାଇଛି। ୧୨ ତାରିଖ ପୂର୍ବାହ୍ଣ ୧୧ଟାରୁ ଏହି ବୈଠକ ଆରମ୍ଭ ହେବ। ଏହାର ଦିନକ ପୂର୍ବରୁ ସେପ୍ଟେମ୍ବର ୧୧ ତାରିଖରେ ଅଧିକାରୀମାନଙ୍କ ବୈଠକ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ, ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ସମେତ ଜିଏସ୍ଟି ପରିଷଦର ଅନ୍ୟ ସଦସ୍ୟମାନଙ୍କୁ ଅବଗତ କରାଇବା ଲାଗି ସଚିବାଳୟ ପକ୍ଷରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ପତ୍ର ପଠାଯାଇଛି। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଜିଏସ୍ଟି ପରିଷଦ ପ୍ରତ୍ୟକ୍ଷ ଟିକସ ସଂପର୍କରେ ନିଷ୍ପତ୍ତି ନେଇଥାଏ।
