ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ଉପରେ ମହଙ୍ଗା ମାଡ଼ ! ବଢିବ ମୋବାଇଲ ରିଚାର୍ଜ

ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ଉପରେ ହେବ ମହଙ୍ଗା ମାଡ଼ | ଯଦି ଆପଣ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି ଆଉ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି ତେବେ ଆଗକୁ ମୋବାଇଲ୍ ରିଚାର୍ଜ ମହଙ୍ଗା ହେବ |ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡିକ ଚଳିତ ବର୍ଷ ପୁଣିଥରେ ରିଚାର୍ଜ ଦାମ ବଢାଇବା ବିଷୟରେ ଚିନ୍ତା କରୁଥିବା ସୂଚନା ମିଳିଛି । ତେଣୁ ଇଣ୍ଟରନେଟ୍ ୟୁଜର୍ସ ଏବେ ନେଟ୍ ବ୍ୟବହାର କରିବାକୁ ଅଧିକ ଟଙ୍କା ଗଣିପାରନ୍ତି । ତେବେ ଖର୍ଚ୍ଚର ଚାପ ଓ ୫ଜି ସେବା ଲାଗି ଟଙ୍କା ଯୋଗାଡ କରିବା ପାଇଁ ଟାରିଫ୍ ପ୍ଲାନ୍ ବଢାଇବାକୁ ପଡିବ ବୋଲି ଏୟାରଟେଲ୍ କମ୍ପାନୀ ତରଫରୁ କୁହାଯାଇଛି ।

ଗତବର୍ଷ ନଭେମ୍ବର ମାସରେ ମୋବାଇଲ୍ ରିଚାର୍ଜ ଦରରେ ହଠାତ୍ ବୃଦ୍ଧି ଦେଖିବାକୁ ମିଳିଥିଲା । ନେଟ୍ ଓ ଟକଟାଇମ୍ ପାଇବାକୁ ଗ୍ରାହକମାନେ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଗଣିିଥିଲେ ଓ ଏବେ ମଧ୍ୟ ଗଣୁଛନ୍ତି । ତେବେ ଏୟାରଟେଲ ହିଁ ପ୍ରଥମ କମ୍ପାନୀ ଥିଲା, ଯିଏକି ନିଜର ଟାରିଫ୍ ପ୍ଲାନ୍ ପ୍ରଥମେ ବୃଦ୍ଧି କରିଥିଲା । ଏହାପରେ ପରେ ଭୋଡାଫୋନ୍-ଆଇଡିଆ ଓ ଜିଓ କମ୍ପାନୀ ମଧ୍ୟ ନିଜ ନିଜର ରିଚାର୍ଜ ଦାମ ବଢାଇଥିଲେ । ଯାହାକି ଗ୍ରାହକଙ୍କୁ ଏକ ବଡ ଝଟକା ଦେଇଥିଲା ।

ଦେଶରେ ଏବେ ୫ଜି ମୋବାଇଲ୍ ସେବା ଆରମ୍ଭ କରିବା ପାଇଁ ଟେଲିକମ୍ କମ୍ପାନୀଗୁଡିକ ଜୋରସୋରରେ ଉଦ୍ୟମ କରୁଛନ୍ତି । ତେବେ ୪ଜି ସମୟରେ ଜିଓ ଯେଉଁଭଳି ବାଜିମାତ କରି ନେଇଥିଲା, ଏବେ ସେମିତି ସ୍ଥିତି ଆଉ ଥରେ ସୃଷ୍ଟି ନହେଉ ବୋଲି ଅନ୍ୟ କମ୍ପାନୀମାନେ ଲକ୍ଷ୍ୟ ରଖିଛନ୍ତି ।

Related Posts