ୟୁନାଇଟେଡ଼ ଫରୋମ ଅଫ୍ ବ୍ୟାଙ୍କ ୟୁନିୟନ୍ସ ପକ୍ଷରୁ ଆଜିଠୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ

ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ଆଜିଠୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ୟୁନାଇଟେଡ଼ ଫରୋମ ଅଫ୍ ବ୍ୟାଙ୍କ ୟୁନିୟନ୍ସ | କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ୨ ଦିନିଆ ବ୍ୟାଙ୍କ ଧର୍ମଘଟ ଡ଼ାକରା ଦିଆଯାଇଛି । ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ । ଆଜିଠୁ ଦୁଇ ଦିନ ପାଇଁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମେତ ରାଷ୍ଟ୍ରାୟତ୍ତ ବ୍ୟାଙ୍କର କର୍ମଚାରୀମାନେ ଧାରଣା ଦେବେ ବୋଲି ଜଣାପଡ଼ିଛି ।

ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତି ସହ ବ୍ୟାଙ୍କିଙ୍ଗ୍ ଆଇନ ସଂଶୋଧନ ବିଲ-୨୦୨୧କୁ ବିରୋଧ କରାଯାଇଛି । ରାଷ୍ଟ୍ରାୟତ୍ତ ବ୍ୟାଙ୍କର ପ୍ରାୟ ୯ଲକ୍ଷ କର୍ମଚାରୀ ଏହି ଧର୍ମଘଟରେ ସାମିଲ ହେବେ । ୨୦୨୧-୨୨ ବଜେଟରେ କେନ୍ଦ୍ର ସରକାର ବ୍ୟାଙ୍କ ଘରୋଇକରଣ ନେଇ ଘୋଷଣା କରିବା ପରଠାରୁ ୟୁନାଇଟେଡ଼ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ ଏହାକୁ ବିରୋଧ କରିଆସୁଛି ।

Related Posts