୨୦୨୧ରେ ସମଗ୍ର ଦେଶରେ ମୋଟ ୪.୨୨ ଲକ୍ଷ ଦୁର୍ଘଟଣା: ୧.୭୩ ଲକ୍ଷ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଦୁର୍ଘଟନା ବୃଦ୍ଧି ପାଇବାରେ ଲାଗିଛି । ଅନେକ ସଚେତନତା ପରେ ବି ଦୁର୍ଘଟନା କମିବାର ନାଁ ଧରୁନି । 2021 ରେ ଲକ୍ ଡାଉନ୍ ମଧ୍ୟରେ ବି ଦୁର୍ଘଟଣା ଅଧିକ ରହିଛି। ୨୦୨୧ରେ ମୋଟ ୪.୨୨ ଲକ୍ଷ ଦୁର୍ଘଟଣା ସମଗ୍ର ଦେଶରେ ଘଟିଛି। ଏଥିରେ ୧.୭୩ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି।

ଦୁର୍ଘଟଣାରେ ସର୍ବାଧିକ ଲୋକ ପ୍ରାଣ ହରାଇଥିବା ତାଲିକାର ୧ନଂ ସ୍ଥାନରେ ଉତ୍ତର ପ୍ରଦେଶ ରହିଛି। ଏଠାରେ ୨୦୨୧ରେ ଟ୍ରାଫିକ ଦୁର୍ଘଟଣା ଯୋଗୁ ୨୪,୭୧୧ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଦ୍ୱିତୀୟ ସ୍ଥାନରେ ଥିବା ତାମିଲନାଡୁରେ ୧୬,୬୮୫ ଜଣ ଦୁର୍ଘଟଣାରେ ଜୀବନ ହରାଇଛନ୍ତି।

ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ(ଏନସିଆରବି) ରିପୋର୍ଟରେ କୁହାଯାଇଛି ଯେ ୨୦୨୦ ତୁଳନାରେ ୨୦୨୧ରେ ସଡ଼କ ଦୁର୍ଘଟଣା ସଂଖ୍ୟା ବଢ଼ିଥିଲା। ୨୦୨୦ରେ ସମଗ୍ର ଦେଶରେ ୩,୬୮,୮୨୮ଟି ଦୁର୍ଘଟଣା ଘଟିଥିବା ବେଳେ ୨୦୨୧ରେ ଏହା ୪,୨୨,୬୫୯ ରହିଛି। ଏହା ମଧ୍ୟରେ ୪,୦୩,୧୧୬ ସଡ଼କ ଦୁର୍ଘଟଣା,୧୭,୯୯୩ ରେଳ ଦୁର୍ଘଟଣା ଓ ୧୫୫୦ଟି ରେଳବାଇ କ୍ରସିଂ ଦୁର୍ଘଟଣା ରହିଛି। ସଡ଼କ ଦୁର୍ଘଟଣାରେ ସର୍ବାଧିକ ୧,୫୫,୬୨୨ ଜଣ, ରେଳ ଦୁର୍ଘଟଣାରେ ୧୬,୪୩୧ ଓ ରେଳବାଇ କ୍ରସିଂରେ ଘଟିଥିବା ଦୁର୍ଘଟଣାରେ ୧,୮୦୭ ଜଣ ୨୦୨୧ରେ ପ୍ରାଣ ହରାଇଛନ୍ତି।

୨୦୨୦ ତୁଳନାରେ ୨୦୨୧ରେ ତାମିଲନାଡୁରେ ସର୍ବାଧିକ ଟ୍ରାଫିକ ଜନିତ ଦୁର୍ଘଟଣା ଘଟିଛି। ୨୦୨୦ରେ ଏଠାରେ ୪୬,୪୪୩ଟି ଦୁର୍ଘଟଣା ଘଟିଥିବା ବେଳେ ୨୦୨୧ରେ ଏହା ୫୭,୦୯୦ ପହଞ୍ଚି। ଏହାପଛକୁ ମଧ୍ୟପ୍ରଦେଶ(୪୩,୩୬୦ରୁ ୪୯,୪୯୩), ଉତ୍ତର ପ୍ରଦେଶ (୩୦,୫୯୩ରୁ ୩୬,୫୦୯), ମହାରାଷ୍ଟ୍ର(୨୪,୯୦୮ରୁ ୩୦,୦୮୬) ଓ କେଳର ରହିଛନ୍ତି। ୨୦୨୦ ତୁଳନାରେ ୨୦୨୧ରେ ଏଠାରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇଛି।

ରିପୋର୍ଟରେ କୁହାଯାଛି, ଏତେ ସଂଖ୍ୟକ ଦୁର୍ଘଟଣା ଯୋଗୁ ୩,୭୮,୮୮୪ ଜଣ ଆହତ ହୋଇଥିଲେ। ସେହିପରି ୧,୭୩,୮୬୦ ଜଣ ପ୍ରାଣ ହରାଇଛନ୍ତି। ଉତ୍ତର ପ୍ରଦେଶରେ ସର୍ବାଧିକ ୨୪,୭୧୧, ତାମିଲନାଡ଼ୁରେ ୧୬,୬୮୫ ଜଣ ଓ ମହାରାଷ୍ଟ୍ରରେ ୧୬,୪୪୬ ଜଣ ଟ୍ରାଫିକ ଜନିତ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।

ମୋଟ ମୃତ୍ୟୁରୁ ୩୩.୩% ଘଟଣା ଏହି ୩ ରାଜ୍ୟରେ ଘଟିଛି। ୨୦୧୭ରୁ ୨୦୧୯ ଯାଏ ଦୁର୍ଘଟଣାରେ ପ୍ରାଣ ହରାଇବା ସଂଖ୍ୟା ବଢ଼ିଥିଲା। ହେଲେ ୨୦୨୦ରେ ଏହା ହଠାତ ହ୍ରାସ ପାଇଥିଲେ। କିନ୍ତୁ ୨୦୨୧ରେ ଏହା ପୁଣି ବଢ଼ିଛି। ତେବେ ୨୦୧୭,୨୦୧୮ ଓ ୨୦୧୯ ତୁଳନାରେ ୨୦୨୧ ଟ୍ରାଫିକ ଦୁର୍ଘଟଣା ସଂଖ୍ୟା ଯଥେଷ୍ଟ କମ।

ସାଧାରଣ ସଡ଼କ ଦୁର୍ଘଟଣାରେ ଅଧିକ ଲୋକ ଆହତ ହେଉଥିବା ବେଳେ ସେହି ଅନୁସାରେ କମ ଲୋକ ପ୍ରାଣ ହରାନ୍ତି। ହେଲେ ମିଜୋରାମ, ପଞ୍ଜାବ, ଝାରଖଣ୍ଡ ଓ ଉତ୍ତର ପ୍ରଦେଶର ଓଲଟା କଥା ଦେଖିବାକୁ ମିଳିଛି। ଏଠାରେ ଆହତଙ୍କ ଅପେକ୍ଷା ମୃତକଙ୍କ ସଂଖ୍ୟା ଅଧିକ ରହିଛି।ୟ

ମିଜୋରାମରେ ୬୪ଟି ସଡ଼କ ଦୁର୍ଘଟଣାରେ ୬୪ ଜଣ ପ୍ରାଣ ହରାଇଛି ଓ ୨୮ ଜଣ ଆହତ ହୋଇଛନ୍ତି। ପଞ୍ଜାବରେ ଏହି ସଂଖ୍ୟା ଯଥାକ୍ରମେ ୪୫୧୬ ଓ ୩୦୩୪, ଝାରଖଣ୍ଡରେ ୩୫୧୩ ଓ ୩୨୨୭ ଏବଂ ଉତ୍ତର ପ୍ରଦେଶରେ ୨୧,୭୯୨ ଜଣ ପ୍ରାଣ ହରାଇଛନ୍ତି ଓ ୧୯,୮୧୩ ଜଣ ଆହତ ହୋଇଛନ୍ତି

Related Posts