୨୨ ବର୍ଷ ପରେ ଆଜି ବି ମନେ ପଡ଼େ ମହାବାତ୍ୟା : ଯୁଆଡ଼େ ଦେଖିବେ କେବଳ ଶବ ହିଁ ଶବ

୧୯୯୯ ମସିହା ଅକ୍ଟୋବର ୨୯ ତାରିଖ, ଶୁକ୍ରବାର। ସେଦିନ ଥିଲା ଶୁକ୍ରବାର…. ଆଜି ବି ସେହି ଶୁକ୍ରବାର ଦିନ ା ମନେ ପଡ଼େ ସେହି ମହାବାତ୍ୟା କଥା

ସନ୍ଧ୍ୟାବେଳକୁ ମାଡ଼ି ଆସିଲା ଝଡ଼ ତୋଫାନ ସାଙ୍ଗକୁ ଭୀଷଣ ବର୍ଷା ା ଘଡ଼ଘଡ଼ି-ବିଜୁଳି ଆଲୁ୍‌ଅରେ ରାତି ବି ଦିନ ଭଳି ଦିଶୁଥାଏ ା ଭୟଙ୍କର ଦିଶୁଥାଏ ଚାରିଆଡ଼ ପରିବେଶ ା

ପ୍ରକୃତିର କରାଳ ରୂପରେ ଥରି ଉଠିଥିଲା ଉପକୂଳ ଓଡ଼ିଶା। ବାତ୍ୟାର କରାଳ ରୂପରେ ଛାରଖାର ହୋଇଯାଇଥିଲା କାହିଁ କେତେ ପରିବାର ା

ବାତ୍ୟା ସାଙ୍ଗକୁ ଅସ୍ତବ୍ୟସ୍ତ କରିପକାଇଲା ପବନ। ବାତ୍ୟା ଯେତିକି କଷ୍ଚ ଦେଲା ତାହାଠାରୁ ଢେର ଅଧିକ କଷ୍ଟ ଦେଲା ସମୁଦ୍ର। ପାଖାପାଖି ୨ କିମି ପର୍ଯ୍ୟନ୍ତ ମାଡ଼ି ଆସିଲା ସମୁଦ୍ର। ୩୦ ଫୁଟ୍‌ ଜୁଆରରେ ଭାସିଗଲା ହଜାର ହଜାର ଘର। ସମୁଦ୍ର,ବର୍ଷା ଓ ପବନ ସାଙ୍ଗ ହୋଇ ପ୍ରଳୟ କରିଥିଲେ। ପାଖାପାଖି ୩୫୦ କିମି ବେଗରେ ବୋହିଥିଲା ପବନ। ଆଉ ୩୬ ଘଂଟା ଧରି ତାଣ୍ଡବ କରିଥିଲା ବାତ୍ୟା। ଛାରଖାର ହୋଇଯାଇଥିଲା ଗାଁ ଗଣ୍ଡା ଓ ଘରଦ୍ୱାର।

ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ପୁରୀ ଜିଲ୍ଲାରେ ଦେଢ ଲକ୍ଷରୁ ଅଧିକ ବାସହରା ହୋଇ ପଡ଼ିଥିଲେ। ଆଉ ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। କେବଳ ଏତିକି ନୁହେଁ କେତେ ଯେ, ଜୀବଜନ୍ତୁ ମଲେ ତାହାର ହିସାବ କାହା ପାଖରେ ନାହିଁ।

ଜଗତସିଂହପୁରର ଅଂଟା ଭାଙ୍ଗି ଦେଇଥିଲା ମହାବାତ୍ୟା। ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ଏରସମା। ଚାରିଆଡ଼େ ଦେଖିବାକୁ ମିଳିଥିଲା ବାତ୍ୟାର ପଦଚିହ୍ନ।

 କିଏ ସ୍ୱାମୀକୁ, କିଏ ସ୍ତ୍ରୀ ତ ଆଉ କିଏ ବାପା ଓ ମାଆକୁ ହରାଇଥିଲା। କଇଁ କଇଁ କାନ୍ଦୁଥିଲା ବାତ୍ୟା ପ୍ରଭାବିତ, ଆଖି ଆଗରେ ପ୍ରିୟଜନଙ୍କ ପ୍ରାଣ ନେଇଯାଇଥିଲା ମହାବାତ୍ୟା।

ମାଆ ଆଗରେ ଚାଲିଗଲା ପୁଅ, ବାପା ଆଗରେ ଚାଲିଗଲା ଝିଅ। ସ୍ଥିତି ଏମିତି ହୋଇଥିଲା ଯେ, ଗଛ ଉପରେ ତ ପାଣି ଭିତରେ ଯୁଆଡ଼େ ଦେଖିବେ କେବଳ ଶବ ହିଁ ଶବ।

ଆଉ ଆଜି ମହାବାତ୍ୟାକୁ ପୂରିଛି ୨୨ ବର୍ଷ। ସେଦିନର ସେହି ଅନୁଭୂତିକୁ ଆଜି ବି ମନେ ପକାଉଛନ୍ତି ବାତ୍ୟା ପୀଡ଼ିତ। ୨୨ ବର୍ଷ ପରେ ଆଜି ବି ମନେ ପଡ଼ିଯାଏ ସେହି ସ୍ମୃତି ‌େ କେତେ ଭୟଙ୍କର ଥିଲା ତାହା ଏବେ କଳନା କରି ହେଉନି ା

Related Posts