ଆସନ୍ତାକାଲି ଅର୍ଥାତ (ବୁଧବାର)ଠୁ ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା ଆରମ୍ଭ | ତୃତୀୟ ଲହର ବା ସଂକ୍ରମଣ ଭିତରେ ଏହାକୁ ସଠିକ ରୂପେ ତୁଲାଇବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ଜିଲ୍ଲାପାଳଙ୍କୁ ବୋର୍ଡ ଚିଠି ଲେଖିଥିଲା । ସୁରକ୍ଷିତ ଭାବେ ପରୀକ୍ଷା କରିବା ପାଇଁ ନିର୍ଦେଶ ଦେଇଥିଲେ | ତେବେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଜଣାପଡ଼ିଛି ।
ବୁଧବାର ଠାରୁ ଶୃଙ୍ଖଳାର ସହ ପରୀକ୍ଷା ଆରମ୍ଭ ହେବ। ପ୍ରଥମ ଥର ପାଇଁ ପରୀକ୍ଷା ହେଉଥିବାରୁ ପିଲାମାନେ ତାହାର ଗୁରୁତ୍ବ ଉପଲବ୍ଧି କରିଛନ୍ତି । ତୃତୀୟ ଲହର ବା ସଂକ୍ରମଣ ବଢିଲାଣି । ଯଦି ଏହା ବଢେ ସମେଟିଭ ପରୀକ୍ଷାର ଗୁରୁତ୍ବ ମଧ୍ୟ ବଢିବ। ନୂଆ ଫର୍ମୁଲାରେ ପରୀକ୍ଷା ହେଉଥିବାରୁ ପିଲାଙ୍କ ଆତ୍ମବିଶ୍ବାସ ବଢିବ।

5 ରୁ 8 ତାରିଖ ପର୍ଯ୍ୟନ୍ତ 4 ଦିନ ଧରି ପରୀକ୍ଷା ହେବା ହେବାକୁ ଥିବା ବେଳେ ପ୍ରଥମ ତିନି ଦିନ ଥିଓରୀ ପରୀକ୍ଷା ଦୁଇଟି ସିଟିଂରେ ହେବ ଏବଂ ଶେଷ ଦିନ (8 ତାରିଖ ଦିନ) କେବଳ ପ୍ରାଟିକାଲ ପରୀକ୍ଷା କରାଯିବ। ପରୀକ୍ଷା ପାଇଁ 3093 କେନ୍ଦ୍ର କରାଯାଇଥିବା ବେଳେ 311 ନୋଡାଲ ସେଣ୍ଟରରେ ପ୍ରଶ୍ନ ପତ୍ର ପହଁଚି ଯାଇଛି। ସେଥିମଧ୍ୟରୁ 22 ଟି ଥାନାରେ ରଖାଯାଇଛି ପ୍ରଶ୍ନପତ୍ର। ମୋଟ 5 ଲକ୍ଷ 76 ହାଜର 223 ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ସକାଳ ସାଢେ 8 ଟା ବେଳେ ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ର ଗୁଡିକରେ ପହଞ୍ଚିବ।

ବୁଧବାରଠୁ ମାଟ୍ରିକ ସମେଟିଭ ପରୀକ୍ଷା, ୩୦୯୩ଟି ସେଣ୍ଟରରେ ଦେବେ ୫ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀକୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ କରାଯାଇଛି ଏବଂ ପ୍ରତିଦିନ ମଧ୍ୟ ଏହା କରାଯିବ। ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଗୁରୁତ୍ବ ଦିଆଯାଇଛି। ପ୍ରତିଟି ଶ୍ରେଣୀରେ ଅତି ବେଶୀରେ 24 ଜଣ ପରୀକ୍ଷାର୍ଥୀ ବସି ପରୀକ୍ଷା ଦେବେ। କପି ରୋକିବା ପାଇଁ ମୋଟ 72 ଟି ସ୍କ୍ବାର୍ଡ ଗଠନ କରାଯାଇଥିବା ବେଳେ 40ଟି ସେଣ୍ଟ୍ରାଲ ସ୍କ୍ବାର୍ଡ ମଧ୍ୟ ଗଠନ କରାଯାଇଛି।ଏହା ବ୍ୟତୀତ ନିଜ ନିଜ ଜିଲ୍ଲାରେ ଏଥିପାଇଁ ସୁବନ୍ଦୋବଦସ୍ତ କରିବା ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନ ଗୁଡିକକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ପରୀକ୍ଷା କେନ୍ଦ୍ରଗୁଡିକୁ ମୋବାଇଲ ମନା ହୋଇଛି। ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟମାନେ ମଧ୍ୟ ପରୀକ୍ଷା ହଲକୁ ଯିବା ପୂର୍ବରୁ ନିଜ ମୋବାଇଲକୁ ଲକରରେ ରଖି କରି ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ବୋର୍ଡ଼ କର୍ତ୍ତୃପକ୍ଷ।