ରାଷ୍ଟ୍ରୀୟ ସଙ୍ଗୀତ ଗାନ କରି ଭିଡିଓ ଅପଲୋଡ୍ କଲେ ୧.୫ କୋଟି ଭାରତୀୟ : ସଂସ୍କୃତି ମନ୍ତ୍ରଣାଳୟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆଜି ସାରା ଦେଶ ପାଳନ କରୁଛି ୭୫ ତମ ସ୍ୱାଧୀନତା ଦିବସ । ଏହାର ଗୋଟିଏ ଦିନ ପୂର୍ବରୁ ଭାରତ ଏବଂ ସମଗ୍ର ବିଶ୍ୱରୁ ୧.୫ କୋଟିରୁ ଅଧିକ ଭାରତୀୟ ଅଧିବାସୀ ଏହି ବିଶେଷ ଅବସରରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରି ଭିଡିଓ ଅପଲୋଡ କରି ରେକର୍ଡ ସୃଷ୍ଟି କରିଛନ୍ତି । ଏ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି। 

ଭାରତ “ଆଜାଦି କା ଅମୃତ ମହୋତ୍ସବ” ପାଳନ କରୁଥିବାବେଳେ ସଂସ୍କୃତି ମନ୍ତ୍ରଣାଳୟ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରିଥିଲା । ଏହି କାର୍ଯ୍ୟକ୍ରମ ଅନୁଯାୟୀ ଲୋକଙ୍କୁ ରାଷ୍ଟ୍ରୀୟ ସଙ୍ଗୀତ ଗାଇ ଏହାକୁ ୱେବସାଇଟରେ ଅପଲୋଡ୍ କରିବାକୁ ଥିଲା । 

ଅଗଷ୍ଟ ୧୫ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସଂଙ୍ଗୀତ ଗାଇ ଅପଲୋଡ୍ କରିବା କାର୍ଯ୍ୟକ୍ରମରେ ଦେଢ଼ କୋଟି ଭାରତୀୟ ଭାଗ ନେଇଥିଲେ । ଯେଉଁଥିରେ ପ୍ରସିଦ୍ଧ କଳାକାର, ବିଦ୍ୱାନ, ବରିଷ୍ଠ ଅଧିକାରୀ, ରାଜନେତା, ସିପାହୀ, ପ୍ରସିଦ୍ଧ କୀଡ଼ାବିତଙ୍କ ଠାରୁ ନେଇ ଚାଷୀ, ଶ୍ରମିକ, ଦିବ୍ୟାଙ୍ଗ ସମସ୍ତେ ଏଥିରେ ସାମିଲ ଥିଲେ ।  

କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ, ଅରୁଣାଚଳ ପ୍ରଦେଶରୁ କଚ୍ଛ ପର୍ଯ୍ୟନ୍ତ ଜନ ଗଣ ମାନା ଗାନ କରୁଥିବା ସ୍ୱର ସବୁ ଦିଗରୁ ଘୂରି ବୁଲୁଥିଲା।  ଭାରତ ବାହାରେ ରହୁଥିବା ଆମର ଦେଶବାସୀ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ ।

କେବଳ ୨୧ ଦିନ ମଧ୍ୟରେ ଦେଢ଼ କୋଟି ଦେଶବାସୀ ରାଷ୍ଟ୍ରୀୟ ସଙ୍ଗୀତ ଗାଇ ଏହାକୁ ଅପଲୋଡ୍ କରିଥିଲେ । ମନ୍ତ୍ରଣାଳୟ କହିଛି ଯେ ଏହା ଡିଜିଟାଲ ଇଣ୍ଡିଆ ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ କାରଣ ଲୋକେ ଡିଜିଟାଲ ଉପାୟରେ ହିଁ ରାଷ୍ଟ୍ରୀୟ ସଙ୍ଗୀତ ଅପଲୋଡ କରିଛନ୍ତି ।

Related Posts