ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଠାରୁ ୧ କୋଟି ୭୫ ଲକ୍ଷ ଟଙ୍କାର କ୍ରିପ୍ଟୋ କରେନ୍ ସି ଜବତ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ କୋଟିପତି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାସ । ତାଙ୍କ ଠାରୁ ୧ କୋଟି ୭୫ ଲକ୍ଷ ଟଙ୍କାର କ୍ରିପ୍ଟୋ କରେନ୍ ସି ଜବତ କରିଛି ଭିଜିଲାନ୍ସ । ପ୍ରଥମ ଥର ରାଜ୍ୟର କୌଣସି ସରକାରୀ କର୍ମଚାରୀଙ୍କ ଘରୁ ଏତେ ପରିମାଣରେ କ୍ରିପ୍ଟୋ କରେନ୍ ସି ମିଳିଛି। ସବିଶେଷ ତଥ୍ୟ ପାଇଁ କ୍ରିପ୍ଟୋ ଏକସପର୍ଟଙ୍କ ସାହାଯ୍ୟ ନେଇଛି ଭିଜିଲାନ୍ସ।

ଭୁବନେଶ୍ବର R.W.S.S. ସର୍କଲରେ କାର୍ଯ୍ୟରତ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଏସ.ପି.ଙ୍କ କାର୍ଯ୍ୟାଳୟକୁ ଅଣାଯାଇ ଅଟକ ରଖାଯାଇଛି । ତାଙ୍କର ଭୁବନେଶ୍ୱର ଅଫିସ୍ ସମେତ ଖୋର୍ଦ୍ଧା, ସମ୍ବଲପୁର, ବରଗ଼ଡ଼ର ୬ଟି ସ୍ଥାନରେ ଏକକାଳୀନ ରେଡ୍ କରାଯାଇଛି । ଖାରବେଳନଗର ସ୍ଥିତ ୩ ବି.ଏଚ୍.କେ. ଫ୍ଲାଟ୍ , ସମ୍ବଲପୁରର ୨ ମହଲା ଘର , ସମ୍ବଲପୁରରେ ୮ ଟି ପ୍ଲଟ୍ , ୧ କୋଟିରୁ ଅଧିକ ମୂଲ୍ୟର ଏକ ଜାଗାକୁ ସିଜ୍ କରାଯାଇଛି । ୨ଟି ନାମୀ ଦାମି ୪ ଚକିଆ ଯାନ , ୨ଟି ବାଇକ୍ , ବ୍ୟାଙ୍କ୍ ଡିପୋଜିଟ ଆକାଉଣ୍ଟ , ଏହାସହିତ କ୍ରିପଟୋ କରେନ୍ସି କାଗଜପତ୍ର ଜବତ କରାଯାଇଛି ।

ଭୁବନେଶ୍ବରସ୍ଥିତ ଅଫିସ୍, ଭୁବନେଶ୍ବର ଖାରବେଳନଗର ସ୍ଥିତ ଫ୍ଲାଟ୍, ସମ୍ବଲପୁର ମୋଦିପଡ଼ାରେ ଥିବା ପୈତୃକ ଘର, ବରଗଡ଼ ସ୍ଥିତ ଘର, ଭୁବନେଶ୍ବର ଖାରବେଳନଗର ସ୍ଥିତ ସମ୍ପର୍କୀୟଙ୍କ ଘର, ଖୋର୍ଦ୍ଧା ଗାନ୍ଧିନଗର ସ୍ଥିତ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିଥିଲା ଭୁବନେଶ୍ବର ଭିଜିଲାନ୍ସ ଟିମ୍ । ସ୍ପେଶାଲ ଜଜ୍ ଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉରେ ୫ ଜଣ ଡି.ଏସ୍.ପି., ୧୨ ଜଣ ଇନସ୍ପେକ୍ଟର, ଜଣେ ସବ୍-ଇନସ୍ପେକ୍ଟର, ୧୧ ଜଣ ଏ.ଏସ୍.ଆଇ. ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ ।

Related Posts