
ଭୁବନେଶ୍ବର: ବାତ୍ୟା ଅସାନି ପାଇଁ ଅସ୍ଥିର ରହୁଛି ସମୁଦ୍ର । ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଥିବା ବେଳେ, ଅଶାନ୍ତ ସମୁଦ୍ରରେ ଫସି ଯାଇଥିଲେ 11 ମତ୍ସ୍ୟଜୀବୀ । ତେବେ ଏନେଇ ଖବର ପାଇବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଉଦ୍ଧାର ଲାଗି ତଟରକ୍ଷୀ ବାହିନୀର ସହଯୋଗ ନେଲେ । ଅଶାନ୍ତ ସମୁଦ୍ରରୁ ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଉଛି । ଏ ନେଇ ସୂଚନା ଦେଇଛନ୍ତି ଏସଆରସି(SRC) ପ୍ରଦୀପ କୁମାର ଜେନା ।
ଅଶାନ୍ତ ସମୁଦ୍ରରେ ଫସିଥିଲା ବୋଟ । ବୋଟରେ ଥିଲେ 11 ମତ୍ସ୍ୟଜୀବୀ । ବିଶାଖାପାଟଣାରୁ ଓଡ଼ିଶା ଫେରୁଥିଲେ ଓଡ଼ିଆ ମତ୍ସ୍ୟଜୀବୀ । ଫସିଥିବା ସମସ୍ତେ ବ୍ରହ୍ମପୁରର ଚିକିଟି ଅଞ୍ଚଳର ହୋଇଥିବା ସୂଚନା । ବିଶାଖାପାଟଣାରୁ ଓଡ଼ିଶା ଫେରିବା ବେଳେ ପତିଶୋମାପୁର ନିକଟରେ 4.45ରେ ଘଟିଛି ଏହି ଅଘଟଣ । ଗଞ୍ଜାମ ଜିଲ୍ଲା ଠାରୁ ସୂଚନା ପାଇବା ପରେ ତଟରକ୍ଷୀ ବାହିନୀର ସହଯୋଗ ନେଇଥିଲେ ରାଜ୍ୟ ସରକାର।
ପରେ ତଟରକ୍ଷୀ ବାହିନୀ ପକ୍ଷରୁ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।