ଭାଙ୍ଗିଲା ୧୧୨ ବର୍ଷର ରେକର୍ଡ; ଇଂଲଣ୍ଡ ବିପକ୍ଷରେ ୪-୧ରେ ସିରିଜ ହାତେଇଲା ଟିମ୍ ଇଣ୍ଡିଆ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଟିମ୍ ଇଣ୍ଡିଆର ୧୧୨ ବର୍ଷ ପ୍ରତୀକ୍ଷାର ଅନ୍ତ ହୋଇଛି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହିମାଚଳପ୍ରଦେଶର ଧର୍ମଶାଳାରେ ଚାଲିଥିବା ପଞ୍ଚମ ଟେଷ୍ଟରେ ଭାରତ ଇଂଲଣ୍ଡକୁ ଧୂଳି ଚଟାଇଛି। ଟିମ୍ ଇଣ୍ଡିଆ ଗୋଟିଏ ଇନିଂସ ଏବଂ ୬୪ ରନରେ ଇଂଲଣ୍ଡକୁ ପରାଜିତ କରିଛି। ଟିମ୍ ଇଣ୍ଡିଆ ସିରିଜକୁ ଜିତିଛି। ଅଧିନାୟକ ରୋହିତ ଶର୍ମା ୧୧୨ ବର୍ଷର ଇତିହାସକୁ ପରିବର୍ତ୍ତନ କରିଛନ୍ତି।

ଭାରତର ଏହି ବିଜୟ ଏକ ବଡ଼ ବିଜୟ ବୋଲି କୁହାଯାଉଛି। ମ୍ୟାଚର ଦ୍ବିତୀୟ ଇନିଂସରେ ବୋଲର ରବିଚନ୍ଦ୍ରନ ଅଶ୍ବିନ ୪ ଓ୍କି‌କେଟ ନେଇଥିଲେ। ଦ୍ବିତୀୟ ଇନିଂସରେ ଅଶ୍ବିନ ଏକ ଐତିହାସିକ ସ୍ପେଲରେ ବୋଲିଂ କରିଥିଲେ। ସେହିପରି କୁଲଦୀପ ଯାଦବ ଦ୍ବିତୀୟ ଇନିଂସରେ ୫ ଓ୍କି‌କେଟ ନେଇଥିଲେ।

ଏହା ଅଶ୍ବିନଙ୍କର ୧୦୦ ତମ ଟେ‌ଷ୍ଟ ଥିଲା। ଏଭଳି ଘଟଣା ୧୧୨ ବର୍ଷ ପରେ ଘଟିଛି। ଯେତେବେଳେ କୌଣସି ଟିମ୍ ପ୍ରତିପକ୍ଷଙ୍କୁ ୫ ଟିକିଆ ସିରିଜରେ ୪-୧ରେ ପରାଜିତ କରିଛି। ୧୯୧୨ ମସିହାରେ ଇଂଲଣ୍ଡ ଏଭଳି ବିଜୟ ହାସଲ କରି ଅଷ୍ଟ୍ରେଲିଆକୁ ପରାଜିତ କରିଥିଲା। ଏବେ ଭାରତ ଇଂଲଣ୍ଡର ଏହି ରେକର୍ଡକୁ ଭାଙ୍ଗିଛି। ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍ ଇଂଲଣ୍ଡ ବିରୋଧରେ ୧୮୯୭-୯୮ ଏବଂ ୧୯୦୧-୦୨ରେ ଏଭଳି ରେକର୍ଡ କରିଥିଲା।

ଇଂଲଣ୍ଡ ପ୍ରଥମ ଇନିଂସ‌ରେ ଅଲ ଆଉଟ ହୋଇ ୧୯୫ ରନ କରିଥିଲା। ଏହାର ଜବାବରେ ଟିମ୍ ଇଣ୍ଡିଆ ଅଲ ଆଉଟ ହୋଇ ୪୭୭ ରନ କରିଥିଲା। ଟିମ୍ ଇଣ୍ଡିଆ ୨୫୯ ରନ୍ ର ଲିଡ୍ କରିଥିଲା। ଏହାରେ ଇଂଲଣ୍ଡ ଟିମ୍ ଦ୍ବିତୀୟ ଇନିଂସରେ ବ୍ୟାଟିଂ କରି ୨୧୮ରେ ଅଲ ଆଉଟ ହୋଇ ଯାଇଥିଲା। ଅଶ୍ବିନ ପ୍ରଥମ ଇନିଂସରେ ୫ ୱିକେଟ ନେଇଥିଲେ। ଅଶ୍ବିନ ଉଭୟ ଇନିଂସରେ ୯ ୱିକେଟ ନେଇଥିବାବେଳେ କୁଲଦୀପ ୭ ୱିକେଟ ନେଇଥିଲେ।

Related Posts