ବରପଦା ଇଞ୍ଜିନିୟରିଂ କଲେଜରୁ ପ୍ରଫୁଲ୍ଲ ସାମଲଙ୍କ ପରିବାରକୁ ବହିଷ୍କାର ଦାବିରେ ଆଜି ୧୨ ଘଣ୍ଟିିଆ ଭଦ୍ରକ ବନ୍ଦ

 ଭୁବନେଶ୍ୱର,୧୪/୩(ସତ୍ୟପାଠ ବ୍ୟୁରୋ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲା । କଲେଜରୁ ପ୍ରଫୁଲ୍ଲ ସାମଲଙ୍କ ପରିବାରକୁ ବହିଷ୍କାର ଓ ଦୁର୍ନୀତିଗ୍ରସ୍ତ ସୋସାଇଟି ଭଙ୍ଗ ଦାବିରେ ଆଜି ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ପାଳନ କରାଯାଉଛି । କଲେଜ କର୍ମଚାରୀ, ସ୍ଥାନୀୟ ବିକାଶ ମଞ୍ଚ ଓ ଭଦ୍ରକ ମଞ୍ଚ ପକ୍ଷରୁ ବନ୍ତ ଛକରେ ବନ୍ଦ ପାଳନ କରାଯାଉଛି । ବନ୍ଦ ପାଳନ ପାଇଁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟକୁ ବନ୍ଦ ରଖାଯାଇଛି ।

ତେବେ ପ୍ରଫୁଲ୍ଲ ସାମଲଙ୍କ କିଛି ସମର୍ଥକ ବନ୍ଦକୁ ଭଣ୍ଡୁର କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ବନ୍ଦ ପାଳନ ନେଇ କଲେଜ କର୍ମଚାରୀଙ୍କ ପକ୍ଷରୁ ପୂର୍ବରୁ ପୋଲିସ ଓ ଜିଲ୍ଲା ପ୍ରଶାସନକୁ ଜଣାଇ ଦିଆଯାଇଥିଲା । କିନ୍ତୁ ପୋଲିସ ସେମାନଙ୍କୁ ସୁରକ୍ଷା ଦେଉ ନଥିବା କହିଛନ୍ତି ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀ ।

Related Posts