ରାୟଗଡ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୪୪କୁ ଟପିଲା, ମୃତକଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

raygad

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଉପକୂଳ ମହାରଷ୍ଟ୍ରରେ ଗତ ୨୪ ଘଣ୍ଟା ଧରି ଲଗାଣ ବର୍ଷା ହେବାରେ ଲାଗିଛି । ଯାହାଫଳରେ ଅନେକ ସ୍ଥାନ ମାନଙ୍କରେ ଭୂସ୍କଳନ ହେବା ସହ ଅନେକ ଲୋକ ଅଲଗା ଅଲଗା ସ୍ଥାନରେ ଫଶିରହିଛନ୍ତି । ତେବେ ରାୟଗଡରେରେ ଭୂସ୍କଳନ ହେତୁ ଏପର୍ଯ୍ୟନ୍ତ ୪୪ ଜଣଙ୍କର ମୃତ୍ୟୁ ହୋଇଥିବାର କଥା ସାମ୍ନାକୁ ଆସିଛି । ମହାଡ ତହସିଲର ତଲାଇ ଗାଁରେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲିୁ ଅନୁମାନ କରାଯାଉଛି । ମାଟି ଅତଡା ତଳୁ ଏନଡିଆରଏଫ ଟିମ ପାଖାପାଖି ୨୦ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି ।

ଏହି ଘଟଣା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସ୍ଥିତି ଉପରେ ନଜର ରଖିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ମହାରାଷ୍ଟ୍ରର ରାୟଗଡରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଘଟିଥିବା ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ। ସେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଏନଡିଆରଏଫ ଡିଜି ଏସଏନ ପ୍ରଧାନଙ୍କ ସହ କଥା ହୋଇଛନ୍ତି। NDRF ଟିମ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। କେନ୍ଦ୍ର ସେଠାରେ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଉଛି। ଅନ୍ୟପଟେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସର ଏକ ଟିମ୍ ମୁମ୍ବାଇ ଠାରୁ ୧୬୦ କିଲୋମିଟର ଦୂରରେ ଥିବା ମହାଡରେ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ଅନ୍ୟ ଏକ ଦଳ ମଧ୍ୟ ଶୀଘ୍ର ପହଞ୍ଚିବାର ସମ୍ଭାବନା ରହିଛି। ଉଦ୍ଧାର କାର୍ଯ୍ୟରେ ନୌସେନାର ଦୁଇଟି ଟିମ୍‌, ୧୨ଟି ସ୍ଥାନୀୟ ଟିମ, ତଟରକ୍ଷୀ ବାହିନୀର ଦୁଇଟି ଓ ଏନଡିଆରଏଫର ୩ଟି ଟିମ୍ ମୁତୟନ ହୋଇଛନ୍ତି। ସମସ୍ତଙ୍କୁ ଲାଇଫ ସେଭିଂ ଜ୍ୟାକେଟ, ଡଙ୍ଗା ଓ ଅନ୍ୟାନ୍ୟ ଜିନିଷ ଯୋଗାଇ ଦିଆଯାଇଛି। ନୌସେନା ଟିମ୍‌ରେ ସ୍ୱତନ୍ତ୍ର ବୁଡ଼ାଳି ମଧ୍ୟ ରହିଛନ୍ତି। ଅପରିପକ୍ଷେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଛନ୍ତି । ବନ୍ୟା ମୁକାବିଲା ପାଇଁ କେନ୍ଦ୍ର ସମସ୍ତ ପ୍ରକାର ସହଯୋଗ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା ସହ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ସହାୟକ ରାଶି ଘୋଷଣା କରିଛନ୍ତି ।

Related Posts